ଚଳିତ ବର୍ଷ କିମସ୍ ମେଡିକାଲ କଲେଜରେ ଏମ୍.ବି.ବି.ଏସ୍ ଏବଂ ବି.ଡି.ଏସ୍ ରେ ୮୫ ପ୍ରତିଶତ ଓଡିଶାର ଛାତ୍ରଛାତ୍ରୀ ନାମଲେଖାଇବେ

51790ଚଳିତ ବର୍ଷ କିମସ୍ ମେଡିକାଲ କଲେଜରେ ଏମ୍.ବି.ବି.ଏସ୍ ଏବଂ ବି.ଡି.ଏସ୍ ରେ ୮୫ ପ୍ରତିଶତ ସିଟରେ ଓଡିଶାରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖାଇବା ପାଇଁ ସୁଯୋଗ ଦିଆଯିବ । ନାମଲେଖା ଫିସ୍ ବାବଦକୁ ରାଜ୍ୟସରକାରଙ୍କ ଫି-ଷ୍ଟ୍ରକଚର କମିଟି ଦ୍ଵାରା ଧାର୍ଯ୍ୟ ଦେୟ ଆଦାୟ କରାଯିବ । ଏ ନେଇ କିମସ୍ କର୍ତ୍ତୃପକ୍ଷ ଗତ ବର୍ଷ ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିମସ୍ ଏକ ତିମତ୍ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ରାଜ୍ୟସରକାରଙ୍କ ଠାରୁ ଜମି ଆଦି ପ୍ରଦାନ କରାଯାଇଛି । ଓଡିଶାରେ ଡାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସେ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଲୋଚନା ନିମନ୍ତେ କିମସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଡକାଇଥିଲେ ଏବଂ ଚଳିତ ବର୍ଷ ନାମଲେଖାବେଳେ ତାଙ୍କର ପ୍ରତିଶୃତି ପାଳନ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଚଳିତ ବର୍ଷ ଏହି କଲେଜରେ M.B.B.S ଓ B.D.S ରେ ଓଡିଶାରେ ବସବାସ କରୁଥିବା ୮୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ ଏବଂ ନାମଲେଖାବେଳେ ସେମାନଙ୍କଠାରୁ ରାଜ୍ୟସରକାରଙ୍କ ଫି-ଷ୍ଟ୍ରକଚର କମିଟି ଦ୍ଵାରା ଧାର୍ଯ୍ୟ ଦେୟ ଆଦାୟ କରାଯିବ ବୋଲି ଶ୍ରୀ ସାମନ୍ତ ଆଲୋଚନାରେ ପ୍ରତିଶୃତି ଦେଇଛନ୍ତି । ସେହିପରି ସମ୍ ହସ୍ପିଟାଲରେ ମଧ୍ୟ ଏମ୍.ବି.ବି.ଏସ୍ ଏବଂ ବି.ଡି.ଏସ୍ ରେ ରାଜ୍ୟସରକାରଙ୍କ ଫି-ଷ୍ଟ୍ରକଚର କମିଟି ଦ୍ଵାରା ଧାର୍ଯ୍ୟ ଦେୟରେ ୮୫ ପ୍ରତିଶତ ଓଡିଶାର ଛାତ୍ରଛାତ୍ରୀଙ୍କୁ ନାମଲେଖାଇବାର ସୁଯୋଗ ଦେବା ନିମନ୍ତେ ସମ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!
Powered By Indic IME