ଡିସେମ୍ବର ୨୭ରୁ ‘ସର୍ଗିଫୁଲ’ ରାଜ୍ୟସ୍ତରୀୟ ଛାତ୍ର ଛାତ୍ରୀ ମହୋତ୍ସବ

ଡିସେମ୍ବର ୨୭ ତାରିଖ ସକାଳ ୯ ଘଟିକା ସମୟରେ ସ୍ଥାନୀୟ ୟୁନିଟ୍ ୧ ସ୍ଥିତ ଆଦିବାସୀ ପଡିଆରେ ‘ସର୍ଗିଫୁଲ’ –ରାଜ୍ୟସ୍ତରୀୟ ଛାତ୍ର ଛାତ୍ରୀ ମହୋତ୍ସବ-୨୦୧୨ ଆରମ୍ଭ ହେବ |

ଏହି ମହୋତ୍ସବକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା ଉଦ୍ଘାଘାଟନ କରିବେ | ସମ୍ମାନିତ ଅତିଥି ଭାବେ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍ ଯୋଗଦେବେ |

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଇଛି | ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ‘ଅନ୍ତରୀକ୍ଷ’ | ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ପ୍ରାୟ ୮୦୦ ଛାତ୍ର ଛାତ୍ରୀ ଓ ୧୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉଶ୍ଚବ ରେ ଯୋଗଦାନ କରିବେ | ଏହି ମହୋଶ୍ଚବ ତିନିଦିନ ଧରି ଚାଲିବ | ଡିସେମ୍ବର ୨୭ ତାରିଖ ଦିନ ପୂର୍ବାହନ୍ନ ରେ (ସକାଳ ୯ଟା ରୁ ୧୨.୩୦) ୧୬ଟି ବିଷୟ ଉପରେ ୨୫ଟି କର୍ମଶାଳାର ଆୟୋଜନ କରାଯାଇଛି | ଡିସେମ୍ବର ୨୮ ତାରିଖ ଦିନ ୧୧ଟି ବିଷୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ | ଡିସେମ୍ବର ୨୯ ତାରିଖ ଅପରାହନ୍ନ ରେ ଛାତ୍ର ଛାତ୍ରୀ ମାନେ ଚଳଚିତ୍ର ଜଗତର ତାରକା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଭାବ ବିନିମୟ କରିବେ | ଡିସେମ୍ବର ୨୭ ଓ ୨୮ ତାରିଖ ଦିନ ସନ୍ଧ୍ୟାରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ |

31092ପ୍ରକାଶ ଥାଉକି , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ରାଜ୍ୟର ସମସ୍ତ ବିଦ୍ୟାଳୟ ର ପଞ୍ଚମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ର ଛାତ୍ରୀ ମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି | ଜିଲ୍ଲାସ୍ତରରେ ମୋନୋନୀତ ପ୍ରତିଭାବାନ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତା କୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ |

Share in top social networks!