ଓଡିଶା ସାହିତ୍ୟ ଏକାଡ଼େମୀର ଆଲୋଚନାଚକ୍ର

Odishan-MAP-5ଲେଖକ,ପାଠକ,ପ୍ରକାଶକ,ଓ ଗ୍ରନ୍ଥାଗାରିକ ଭାବବନ୍ଧନ ଭିତରେ ଓଡିଶା ସାହିତ୍ୟ ଏକାଡେମି ‘ବହି ଅଛି ଯାହାର ,କି ଆନନ୍ଦ ତାହାର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡଃ ମଧୁସୂଦନ ପତି,ମୁଖ୍ୟ ବକ୍ତା ଭାବେ ଡଃ ଅଭିରାମ ବିଶ୍ଵାଳ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ନିଖିଳ ମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଡଃ ନିବେଦିତା ମହାନ୍ତି ପୁସ୍ତକର ଭବିଷ୍ୟତ ଉପରେ ନିବନ୍ଧ ପାଠ କରିଥିଲେ । ଅଭୟ ଦ୍ଵିବେଦୀ ଓ ସାଫଲ୍ୟ କୁମାର ନନ୍ଦୀ ଇ-ଗ୍ରନ୍ଥ ଓ ଇ-ଗ୍ରନ୍ଥାଳୟ ଉପରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ପୁସ୍ତକ ପ୍ରକାଶନ ଓ ଗ୍ରନ୍ଥଗାର ପରିଚାଳନାରେ ସମସ୍ୟା ଓ ସମାଧାନ ନେଇ ଆଲୋଚନା ହୋଇଥିଲା । ଏଥିରେ ପୌରହିତ୍ୟ କରି ପ୍ରଦ୍ୟୁମ୍ନ କୁମାର ଶତପଥୀ,ସମ୍ମାନିତ ଅତିଥି ଭାବରେ ଅବକାଶ ଜେନା,ନୃସିଂହ ପ୍ରସାଦ ମିଶ୍ର,ବକ୍ତା ଭାବେ ଡଃ ଲଲାଟେନ୍ଦୁ ଦାସ ମହାପାତ୍ର ଯୋଗଦେଇଥିଲେ ।

Share in top social networks!