ଦେଶ ସ୍ଵାଧୀନ ହେଲାବେଳେ ଓଡିଶାରେ ୬୫ ହଜାର ୬୫୨.୩୯ ବର୍ଗ କିଲୋମିଟର ଜଙ୍ଗଲ ଥିଲା – ମନ୍ତ୍ରୀ ଶ୍ରୀ ଆରୁଖ

imagesଦେଶ ସ୍ଵାଧୀନ ହେଲାବେଳକୁ ଓଡିଶାରେ ପୂର୍ବତନ ଜମିଦାରୀ ଏବଂ ବେସରକାରୀ ଜଙ୍ଗଲକୁ ମିଶାଇ ସମୁଦାଯ ୬୫ ହଜାର ୬୫୨.୩୯ ବର୍ଗ କିଲୋମିଟର ଜଙ୍ଗଲ ଥିଲା । ଏହି ଜଙ୍ଗଲ ଜମିର କିସମୱାରୀ ପରିମାଣ ହେଲା –ସଂରକ୍ଷିତ ଜଙ୍ଗଲ(ପ୍ରଥମ ଶ୍ରେଣୀ ) ୨୦ହଜାର ୬୧୧.୧୩ ବର୍ଗ କିମି,ସଂରକ୍ଷିତ ଜଙ୍ଗଲ (ଦ୍ଵିତୀୟ ଶ୍ରେଣୀ) ୧ହଜାର ୮୬୪.୭୩ବର୍ଗ କିମି,ସଂରକ୍ଷିତ ଜମି ୨ହଜାର ୪୯୪.୦୬ ବର୍ଗ କିମି ,ନିର୍ଦ୍ଧାରିତ ପରିସୀମା ବିଶିଷ୍ଟ ସୁରକ୍ଷିତ ଜଙ୍ଗଲ ୫୩୭.୬୩ ବର୍ଗ କିମି ,ପରିସୀମା ନିର୍ଦ୍ଧାରିତ ହୋଇ ନ ଥିବା ସୁରକ୍ଷିତ ଜଙ୍ଗଲ,ଅଣସଂରକ୍ଷିତ ଜଙ୍ଗଲ,ଅଣସଂରକ୍ଷିତ ଜମି, ଖେସରା ଜଙ୍ଗଲ (ଶ୍ରେଣୀ ବିହୀନ ଜଙ୍ଗଲ) ୧୯ହଜାର ୮୩୨.୫୯ ବର୍ଗ କିମି । ଏହା ବ୍ୟତୀତ ପୂର୍ବତନ ଜମିଦାରୀ ଅନ୍ତର୍ଗତ ଜଙ୍ଗଲ ତଥା-ସଂରକ୍ଷିତ ଜମି,ଜମିଦାରୀ ସଂରକ୍ଷିତ , ସୁରକ୍ଷିତ ଜମି ଓ ଜଙ୍ଗଲ ୮ହଜାର ୫୬.୯୯ ବର୍ଗ କିମି ,ଖେସରା ଜଙ୍ଗଲ ,ମୁକ୍ତ ଜଙ୍ଗଲ,ଅଣ ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ୧୨ହଜାର ୬୭.୬୯ ବର୍ଗ କିମି ରହିଥିବା ବେଳେ ବ୍ୟକ୍ତିଗତ ମାଲିକାନାରେ ଥିବା ଜଙ୍ଗଲର ପରିମାଣ ୧୮୭.୫୭ବର୍ଗ କିମି ରହିଥିଲା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନ ସଭାରେ ସୂଚନା ଦେଇଥିଲେ ।

Share in top social networks!