୩୯୬୫.୦୪୯ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ କରାଯାଇଛି –ମନ୍ତ୍ରୀ ଶ୍ରୀ ଆରୁଖ

download (1)ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଜଙ୍ଗଲ(ସଂରକ୍ଷଣ) ଆଇନ୍ ୧୯୮୦ ଅନୁଯାୟୀ କଳକାରଖାନା ଓ ଶିଳ୍ପ ସ୍ଥାପନ ପାଇଁ ଆମ ରାଜ୍ୟରେ ଡିସେମ୍ବର ୨୦୧୩ପର୍ଯ୍ୟନ୍ତ ୪୨୬୩.୪୮୦୭ ହେକ୍ଟର ଜଙ୍ଗଲ ଜମି ଅପସାରଣ କରାଯାଇଛି । ଏହି ଅପସାରଣ ପ୍ରତି ବଦଳରେ ଡିସେମ୍ବର ୨୦୧୩ ପର୍ଯ୍ୟନ୍ତ ୩୯୬୫.୦୪୯ହେକ୍ଟର ଜମିରେ(୧୧୮୨.୨୨୯ହେକ୍ଟର ଜଙ୍ଗଲ ଜମି ଓ ୨୭୮୨.୮୨ ହେକ୍ଟର ଅଣଜଙ୍ଗଲ ଜମି) ପ୍ରକଳ୍ପ ମୂଲ୍ୟରେ କ୍ଷତିପୂରକ ବନୀକରଣ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!