ଚିଲିକା ଇକୋସିଷ୍ଟମର ସଫଳ ପୁନରୁଦ୍ଧାର କରାଯାଇପାରିଛି –ମନ୍ତ୍ରୀ ଶ୍ରୀ ଆରୁଖ

imagesଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ନଳ ଘାସର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦିଗରେ ବହୁବିଧ ପଦକ୍ଷେପମାନ ପରୀକ୍ଷାମୂଳକ ଭାବେ ନେଇଛନ୍ତି । ନଳ ଘାସର ସଫଳ ନିୟନ୍ତ୍ରଣ ବା ନିରାକରଣ ସମ୍ପର୍କିତ ବୈଜ୍ଞାନିକ ଆଧାର ମୋଟାମୋଟି ଭାବେ ଅସ୍ପଷ୍ଟ । ନଳ ଘାସର ଏହି ସମସ୍ୟା କେବଳ ଚିଲିକାରେ ନୁହେଁ ପୃଥିବୀର ବିଭିନ୍ନ ଦେଶର ଆର୍ଦ୍ରଭୂମିରେ ମଧ୍ୟ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ବହୁବିଧ ବୈଜ୍ଞାନିକ ଗବେଷଣା ଓ ଅନୁଧ୍ୟାନ ଦ୍ଵାରା ନଳ ଘାସର ବୃଦ୍ଧିକୁ ନିୟନ୍ତ୍ରଣ କରିବାର ଚେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ଵାରା ଅବ୍ୟାହତ ରହିଛି । ଚିଲିକାରେ ନଳ ଜଙ୍ଗଲ ଅତ୍ୟନ୍ତ ଦ୍ରୁତ ଗତିରେ ହ୍ରାସ ପାଇବା ଫଳରେ ହ୍ରଦର ଆୟତନ ସଙ୍କୁଚିତ ହେବା ତଥ୍ୟ ସଠିକ ନୁହେଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି । ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ଵାରା କେନ୍ଦ୍ରରୁ ଆସୁଥିବା ଅନୁଦାନ ରାଶି ଚିଲିକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ସୁଚିନ୍ତିତ ଭାବେ ଖର୍ଚ୍ଚ କରାଯାଉଛି ଓ ଏହା ଦ୍ଵାରା ଚିଲିକା ପରିସଂସ୍ଥା ର ସଫଳ ପୁନରୁଦ୍ଧାର କରାଯାଇପାରିଛି । ଚିଲିକାର ଅବବାହିକାରେ ଥିବା ଜଳ ବିଭାଜିକା ଗୁଡିକର ଉନ୍ନୟନ ଦ୍ଵାରା ଦ୍ରୁତ ମୃତ୍ତିକା କ୍ଷୟକୁ ସଫଳତାର ସହିତ ରୋକାଯିବା ସହ ହ୍ରଦ ମଧ୍ୟକୁ ପଟୁପ୍ରବାହ ପ୍ରକ୍ରିୟାକୁ ନିୟନ୍ତ୍ରିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ।

Share in top social networks!