ଉଚ୍ଚଶିକ୍ଷା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ; ବିଜୁ ମେଧାବୃତ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି

MAP-9ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ପ୍ରଦୀପ କୁମାର ପାନିଗ୍ରାହୀ ତାଙ୍କ ଭାଷଣରେ କଲେଜ ସ୍ତରରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମେଧାକୁ ବ୍ୟାପକ ଭାବେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ବିଜୁ ମେଧାବୃତ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଥିରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ । ସେହିପରି ଓଡିଶାରେ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବା ସହ ବିଶ୍ଵସ୍ତରୀୟ ବିଶ୍ୱବିଦ୍ୟାଳୟ ଆହୁରି ଅଧିକ ସଂଖ୍ୟାରେ ପ୍ରତିଷ୍ଠା କରିବା ନିମନ୍ତେ ପ୍ରୟାସ ଜାରି ରହିବ । ସେଲ୍ଫ-ଫାଇନାନ୍ସିଂ କଲେଜ ଓ ରେସିଡେନ୍ସିଆଲ କଲେଜ ମାନଙ୍କର ବାର୍ଷିକ ଦେୟ ସ୍ଥିର କରାଯିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ଏକ ସ୍ଵତନ୍ତ୍ର ନୀତି ପ୍ରଣୟନ କରାଯିବ । ଇ-ଗଭର୍ଣ୍ଣାନ୍ସ କୁ ବ୍ୟାପକ କରାଯାଇ ସମସ୍ତ ବିଶ୍ୱବିଦ୍ୟାଳୟ ମାନଙ୍କର କ୍ୟାମ୍ପସକୁ ୱଇ ଫାଇ କରାଯିବ । ବିଶ୍ଵବ୍ୟାଙ୍କ ମାଧ୍ୟମରେ ଆମର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଗୁଣାତ୍ମକ ପରିବର୍ତ୍ତନ ଅଣାଯିବା । ଉଚ୍ଚଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଡକ୍ଟର ପାଣିଗ୍ରାହୀ କହିଥିଲେ । ପ୍ରଥମ ଥର ପାଇଁ ଅନୁଦାନପ୍ରାପ୍ତ ବେସରକାରୀ ୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ଦରମା ପାଉଥିବା ଅଧ୍ୟାପକମାନଙ୍କର ପଦୋନ୍ନତି ବ୍ୟବସ୍ଥା କରାଯାଇଛି । ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟକ୍ଷ ପଦ ସୃଷ୍ଟି ପିନ ପଦକ୍ଷେପ ନିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ,ବରିଷ୍ଠ ଆଦର୍ଶ ଓ ସମୟୋପଯୋଗୀ ଉପଦେଶକୁ ପାଥେୟ କୃ ଉଚ୍ଚଶିକ୍ଷା ବିଭାଗ ଓଡିଶାବାସୀଙ୍କ ସ୍ଵପଙ୍କୁ ସାକାର କରିବା ପାଇଁ ଗ୍ରହଣ କରୁଥିବା ଗତିଶୀଳ ଭୂମିକାରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅକୁଣ୍ଠ ଚିତ୍ତରେ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ଡକ୍ଟର ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।

Share in top social networks!