ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘କୋଶଳୀ କ୍ରିୟାନୁଷ୍ଠାନ କମିଟି’ ର ପ୍ରତିନିଧି ; କୋଶଳୀ ସାହିତ୍ୟ ଏକାଡେମୀ ଗଠନ ପାଇଁ ପ୍ରସ୍ତାବ

51650
ବରଗଡର ‘କୋଶଳୀ କ୍ରିୟାନୁଷ୍ଠାନ କମିଟି’ ର ସଭାପତି ଶ୍ରୀ ହଲଧର ନାଗ ଏବଂ ସମ୍ପାଦକ ଶ୍ରୀ ସାକେତ ଶ୍ରୀଭୂଷଣ ସାହୁ ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ବିଧାନସଭାସ୍ଥିତ ପ୍ରକୋଷ୍ଠରେ ଭେଟି କୋଶଳୀ ଭାଷାର ଉନ୍ନତି ସମ୍ପର୍କରେ ପ୍ରସ୍ତାବ ରଖିଛନ୍ତି । ଆଲୋଚନା ସମୟରେ ରାଜ୍ୟସ୍ତରୀୟ ‘କୋଶଳୀ ସାହିତ୍ୟ ଏକାଡେମୀ’ ଓ ‘କୋଶଳୀ ସଂଗୀତା ନାଟକ ଏକାଡେମୀ’ ଗଠନ ପାଇଁ ସେମାନେ ପ୍ରସ୍ତାବ ରଖିଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କୋଶଳୀ ଭାଷାଭାଷୀ ପିଲାମାନଙ୍କୁ କୋଶଳୀ ଭାଷାରେ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ । ସମ୍ବିଧାନର ୮ମ ପରିଛେଦରେ ସ୍ଥାନ ପାଇଁ ନଥିବା କେତେକ ଭାଷାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇ ନଥିବା କେତେକେ ଭାଷାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯେପରି ସୁବିଧା ଓ ପ୍ରୋତ୍ସାହନ ଦିଆଯାଉଛି,କୋଶଳୀ ଭାଷାକୁ ମଧ୍ୟ ସେହିପରି ପ୍ରୋତ୍ସାହନ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୋଗାଇଦେବା ପାଇଁ ସେମାନେ ଦାବି କରିଥିଲେ । ସମ୍ବିଧାନର ୮ମ ପରିଛେଦରେ କୋଶଳୀ ଭାଷାକୁ ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ସେମାନେ ଧନ୍ୟବାଦ ଦେଇଥିଲେ । ଏହିସବୁ ପ୍ରସ୍ତାବର ଉପଯୁକ୍ତ ବିଚାର କରାଯିବା ସହିତ ଏ ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Share in top social networks!