ବ୍ୟଞ୍ଜନ ଦ୍ଵାଦଶୀରେ ୬୦୬ ପ୍ରକାର ବ୍ୟଞ୍ଜନ ଲାଗିଲା

ପଦିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପର୍ବ ଅବସରରେ ଗୌର ବିହାର ଆଶ୍ରମରେ ୬୦୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି କରାଯାଇ ଶ୍ରୀକୃଷ୍ଣ ଙ୍କୁ ଲାଗି କରାଯାଇଛି | ଗୌଡୀୟ ବୈଷ୍ଣବ ସଂପ୍ରଦାୟ ର ଶ୍ରାଧାଳୁ ମାନଙ୍କ ମଧ୍ୟରେ ଏହା ଏକ ପ୍ରମୁଖ ପର୍ବ ଭାବରେ ଜଣାଶୁଣା | ଏହି ଦିନ ମାଁ ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି |ଏହି କୃଷ୍ଣ ଲୀଳାର ଏହି ପର୍ଯ୍ୟାୟ କୁ ଗୌଡୀୟ ବୈଷ୍ଣବ ମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି |ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଆସୁଛି | ୩୦ରୁ ଅଧିକ ଆଶ୍ରମବାସୀ ବ୍ୟଞ୍ଜନ ପ୍ରସ୍ତୁତ କରି ଏହାକୁ ଶ୍ରୀକୃଷ୍ଣ ଙ୍କୁ ଭୋଗ କରାଇଥିଲେ |ଏହି ବ୍ୟଞ୍ଜନ ମଧ୍ୟରେ ରହିଥିଲା ୫୦ ପ୍ରକାରର ଅନ୍ନ ,୫୦ ପ୍ରକାର ଡାଲି ,୧୦୦ ପ୍ରକାର ତରକାରୀ, ୫୦ ପ୍ରକାର ଭଜା ଓ ଶହେ ପ୍ରକାର ପିଠାପଣା ଇତ୍ୟାଦି |

goura biharଗତକାଲି ଠାରୁ ଆଶ୍ରମବାସୀ ମାନେ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହନ୍ନ ୨ଟା ରୁ ଭୋଗ ପ୍ରସ୍ତୁତ ଆରମ୍ଭ କରାଯାଇଥିଲା | ପରେ ପ୍ରସାଦକୁ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରଯାଇଥିଲା | ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଖଲିପତ୍ରକୁ ବ୍ୟବହାର କରାଯାଇଥିଲା | ଏହି ଦିବସକୁ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଗୌର ବିହାର ରେ ଏହି ଅଭିନବ ଆୟୋଜନ କରାଯାଇଥିଲା |ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ର ରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଥିଲା |

Share in top social networks!