ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷ ଭାବରେ ଶ୍ରୀ ଗୋବର୍ଦ୍ଧନ ନାଗ ନିର୍ଦ୍ଵନ୍ଦରେ ନିର୍ବାଚିତ

51635
ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷ ଭାବରେ ୨ ନମ୍ବର ୱାର୍ଡର ବିଜୁ ଜନତା ଦଳ କାଉନ୍ସିଲର ଶ୍ରୀ ଗୋବର୍ଦ୍ଧନ ନାଗ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ନାଗ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ । ବଲାଙ୍ଗୀର ପୌରପରିଷଦର ସମୁଦାୟ ୧୫ ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜୁ ଜନତାଦଳ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ଗୋଟିଏ ପ୍ରାର୍ଥୀ କେବଳ ୧୪ ନମ୍ବର ୱାର୍ଡ ରେ ନିର୍ବାଚନ ବିଜୟ ଲାଭ କରିଥିଲେ । ସମୁଦାୟ କାଉନ୍ସିଲର ଙ୍କ ମଧ୍ୟରୁ ୯ଟିରେ ମହିଳା ପ୍ରାର୍ଥୀନୀ ଅଛନ୍ତି । ଶ୍ରୀ ନାଗ ଅଧ୍ୟକ୍ଷ ପଦରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ପରେ ଟିଟିଲାଗଡର ପୌରପାଳିକା ର ସମସ୍ତ ନିର୍ବାଚିତ କାଉନ୍ସିଲର,ନିର୍ବାହୀ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Share in top social networks!