ଓଡିଶାରେ ସିଲିକନ୍ ଭ୍ୟାଲି ୩୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ

51614
ଓଡିଶରେ ସିଲିକନ ଭ୍ୟାଲି ୩୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ । ଭୁବନେଶ୍ଵରର infovalley ରେ ସୂଚନା ପ୍ରଯୁକ୍ତି ଏବଂ electronics system design and manufacturing କ୍ଷେତ୍ରରେ ଏହି ପୁଞ୍ଜି ବିନଯୋଗ କରାଯିବ । ଏହାଦ୍ୱାରା ରାଜ୍ୟରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟରେ ଏକଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ସଚିବାଳୟଠାରେ ଆମେରିକାର silicon valley ରୁ ଶ୍ରୀ ଅଜିତ ମଦୋଚାଙ୍କ ନେତୃତ୍ଵରେ ଆସିଥିବା ଏକ ବ୍ୟବସାୟିକ ପ୍ରତିନିଧିଦଳ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏଠିପିନ ରାଜ୍ୟସରକାର ସବୁପ୍ରକାର ସୁବିଧ ସୁଯୋଗ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସିଲିକନ ଭ୍ୟାଲି ସହ ବ୍ୟବସାୟିକ ସହଯୋଗ ସ୍ଥାପନ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନିଧି ଦଳ ସୂଚନା ଦେଇଥିଲା । ଓଡିଶାରେ IT ଓ ESDM କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପିନ୍ନ ଅନୁକୂଳ ପରିବେଶ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମର ପ୍ରତିନିଧି ଦଳ ଉଚ୍ଚାପ୍ରସଂଶା କରିଥିଲେ । ସୂଚନା ଯୋଗ୍ୟଯେ ଭୁବନେଶ୍ଵରରେ ୨୧୫ ଏକର ଜମିରେ ନିର୍ମିତ infovalley ରେ IT ଓ ESDM କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟସରକାର IT investment region ବିକାଶ କରିଛନ୍ତି । ଏଥିପାଇଁ ଭାରତ ସରକାର ମଧ୍ୟ green field electronic manufacturing eluster କୁ ନୀତିଗତ ଆଉମୋଦନ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ global foundation ର ପୂର୍ବତନ SEO ତଥା ରାଷ୍ଟ୍ରପତି ଓ ଓବାମାଙ୍କ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶ୍ରୀ ଅଜିତ ମନୋଚା,ଓ ସଂଜୀବ ଶ୍ରେୟା ପ୍ରମୁଖ ଆସିଥିଲେ । ଏହି ଆଲୋଚନାଚକ୍ରରେ ଶକ୍ତି ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ କିଶୋର ଦାସ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ରନାଥ ବେହେରା ଏବଂ ବିଭିନ୍ନ ପ୍ରମୁଖ ସଚିବ ଓ ଶାସନ ସଚିବ ଅଂଶଗ୍ରହଣ କରିଥିଲେ ।

Share in top social networks!
Powered By Indic IME