ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ରାଜ୍ୟସ୍ତରୀୟ କାର୍ମଶାଳା ଉଦଘାଟିତ

MAP-14
ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍.ସି.ଇ.ଅର୍.ଟି,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଦୁଇଦିନିଆ କର୍ମଶାଳା ଆଜି ପୂର୍ବାହ୍ନରେ ହୋଟେଲ ସ୍ଵସ୍ତି ପ୍ରିମିୟମରେ ମାନ୍ୟବର ଶିଳ୍ପ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ଅବସରରେ ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ବନବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଉଦାହରଣ ଅବତାରଣା କରିଥିଲେ । ଯଦି ପ୍ରାଥମିକ ବିଦ୍ୟାଳୟ ଶିକ୍ଷାସ୍ତରରୁ ଶିକ୍ଷାର୍ଥୀଙ୍କ ପଠନ ଅବବୋଧ ଉପରେ ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରାଯିବ ଏବଂ ଶିକ୍ଷାକୁ ବାସ୍ତବାଭିମୁଖୀ ତଥା ନିଯୁକ୍ତି ଭିତ୍ତିକ କରାଯିବ ତେବେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ନିଶ୍ଚିତ ଗୁଣାତ୍ମକ ହୋଇପାରିବ ବୋଲି ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ କୁମାର ଜେଟଲୀଙ୍କ ଇକୋନୋମିକ ସର୍ଭେ ତଥ୍ୟକୁ ଅବତାରଣା କରି ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ଶିକ୍ଷାର ବହୁବିଧ ସଂସ୍କାର ଅଣାଯିବା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ କରାଯିବା,ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କ୍ଳାସରୁମ interactionର ଉଲ୍ଲେଖନୀୟ ଅଭିବୃଦ୍ଧି,ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଆଦି ଉପରେ ମାନ୍ୟବର ମନ୍ତ୍ରୀ ବିସ୍ତ୍ରୁତ ଆଲୋଚନା କରିଥିଲେ । ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଊଷାପାଢୀ ଏହି କର୍ମଶାଳାରେ ଯୋଗଦେଇ ଶିକ୍ଷକ ମାନଙ୍କ ତାଲିମ ନିମନ୍ତେ ମାଷ୍ଟର ଟ୍ରେନରଙ୍କ ନିଯୁକ୍ତି,ଆଞ୍ଚଳିକ ଭାଷା ଯଥା ଆଦିବାସୀ ଭାଷାର ପ୍ରାଥମିକତା ଓ ପିଲାମାନଙ୍କର ଉକ୍ତ ଭାଷାରେ ଦକ୍ଷତା ସମ୍ବନ୍ଧରେ ଆଲୋଚନା କରିଥିଲେ । ୟୁନିସେଫ ଓଡିଶାର ର୍ଜୀ ମୁଖ୍ୟ ଯୁମି ବାଏ,ୟୁନିସେଫର ବରିଷ୍ଠ ପରାମର୍ଶଦାତା ଶ୍ରୀ ଧୀର ଝିଙ୍ଗରନ୍(ଆଇ.ଏ.ଏସ୍)ସମ୍ମାନିତ ଅତିଥି ଭାବେ ଏହି କର୍ମଶାଳାରେ ଯୋଗଦେଇଥିଲେ । ଉକ୍ତ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ ତା ୧୧.୦୭.୨୦୧୪ ରିଖ ଏହି କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର,ଶ୍ରୀମତୀ ଉଷାପାଢୀ,ଏନ୍.ୟୁ.ଇ.ପି ଏ,ନୂଆଦିଲ୍ଲୀର କୁଳପତି ଶ୍ରୀ ଅର୍.ଗୋବିନ୍ଦ ଏବଂ ୟୁନିସେଫର ପଦସ୍ଥ କର୍ମଚାରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!
Powered By Indic IME