ଶୀତରେ ସାରା ରାଜ୍ୟ ଥରୁଛି, କନ୍ଧମାଳରେ ଏ ବର୍ଷର ସର୍ବନିମ୍ନ ତାପମାତ୍ରା

ସମଗ୍ର ରାଜ୍ୟରେ ଶୀତରେ ଥରୁଛି | ଆଜି ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୫ ରୁ ୬ ଡିଗ୍ରୀ ସେଲସିୟସ ଖସିଆସିଥିବାରୁ ସମଗ୍ର ରାଜ୍ୟରେ ବର୍ତମାନ ଶୀତ ଲହରୀ ଜାରି ରହିଛି | ଭୁବନେଶ୍ଵର ପାଣିପାଗ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ପଶ୍ଚିମ ଓଡିଶାରେ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି | ସେଠାରେ ଅଧିକାଂଶ ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି | ଗତକାଲି ତୁଳନାରେ ଆଜି ମଧ୍ୟ ସେହି ଅଞ୍ଚଳର ତାପମାତ୍ରା ଆହୁରି ଖସିଛି | ତେବେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଗତ କାଲି ତୁଳନାରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି | ଆଜି ସେଠାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ ରହିଛି, ଯାହାକି ରାଜ୍ୟର ସର୍ବନିନ୍ନ ତାପମାତ୍ରା ଭାବେ ପାଣି ପାଗ ବିଭାଗ ରେକର୍ଡ କରିଛି |

ରାଜ୍ୟକୁ ଗତ କିଛି ଦିନ ହେଲା ଉତ୍ତର ଭାରତ ରୁ ଥଣ୍ଡା ପବନ ସିଧାସଳଖ ବହୁଥିବାରୁ, ଉପକୂଳ ଓଡିଶା ସମେତ ସମଗ୍ର ରାଜ୍ୟର ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ଆସନ୍ତା କାଲି ମଧ୍ୟ ରାଜ୍ୟରେ ଅନୁରୂପ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ | ଗୁରୁତ୍ଵପୂର୍ଣ ହେଉଛି ରାଜ୍ୟର ହାରାହାରି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି | ସବୁବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ତାପମାତ୍ରା ରହୁଥିବା ପୁରୀ ଓ ଗୋପାଳପୁରର ସର୍ବନିମ୍ନ ତାପମାତ୍ରା ମଧ୍ୟ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଆସିଛି | ତେବେ ଆସନ୍ତା ଗୁରୁବାର ଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଷାରଦ ମାନେ ପୂର୍ବାନୁମାନ କରୁଛନ୍ତି |

ଗତବର୍ଷ ଡିସେମ୍ବର ମାସରେ କନ୍ଧମାଳରେ କାଶ୍ମିରୀ ଶୀତ ରେକର୍ଡ କରିଥିଲା | କିନ୍ତୁ ଗତ ଡିସେମ୍ବରରେ ଦାରିଙ୍ଗିବାଡି ଓ ତୁମୁଡିବନ୍ଧ ବ୍ଲକ ଅଧୀନ ବେଲଘର ଅଞ୍ଚଳରେ ବରଫପାତ ହୋଇଥିଲା | ଫୁଲବାଣୀରେ ମଧ୍ୟ ଗତବର୍ଷ ଡିସେମ୍ବର ୨୬ରେ ୩.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରା ଯାଇଥିଲା |INDIA COLD WEATHER ଆଜି ରେକର୍ଡ କରାଯାଇଛି | ଓଡିଶାର କଶ୍ମୀର ଭାବେ ଗଣା ହଉଥିବା ଦାରିଙ୍ଗିବାଡିରେ ଆଜି ପାରଦ ୦.୫ ଡିଗ୍ରୀ ସେଲସିୟସ ଓ ବେଳାଘରରେ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି |ଏହି ଅଞ୍ଚଳର ଆଭ୍ୟନ୍ତରୀଣ ଇଲାକାରେ କେତେକ ସ୍ଥାନରେ ଆଜି ଭୋର ରୁ ବରଫପାତ ହୋଇଥିବା ଖବର ମିଳିଛି | ଜିଲ୍ଲା ସଦର ମହକୁମା ଫୁଲବାଣୀ ରେ ପାରଦ ସର୍ବନିମ୍ନ ୩.୬ ଡିଗ୍ରୀ ସେଲସିୟସ ରହିଛି | ସେଭଳି ଘୁ.ଉଦୟଗିରିରେ ୬.୭, କଳିଙ୍ଗାରେ ୬.୩, ଫିରିଙ୍ଗିଆ ରେ ୭.୮, ଖଜୁରୀପଡା ରେ ୬.୬, ବାଲିଗୁଡାରେ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ ଥିବା ଜଣାପଡିଛି | ଗତ ୪ଦିନ ହେବ ସନ୍ଧ୍ୟା ୮ଟା ପରେ ରାସ୍ତା ଘାଟ ଶୂନ୍ ଶାନ୍ ହୋଇ ପଡୁଥିବା ବେଳେ ରାତିରେ ମାଲ୍ ବାହୀ ଗାଡି ଗୁଡିକ ଜାତୀୟ ରାଜପଥ କଡରେ ଅଟକି ରହୁଥିବା ଦେଖିବାକୁ ମିଳୁଛି |

Share in top social networks!