ଯୁକ୍ତ-୩ ଆଡମିସନ୍ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

odisha-map23ଆଜୁ ପୂର୍ବାହ୍ନ ୧୧ ଟା ସମୟରେ ଯୁକ୍ତ-୩ ରେ ଆଡମିସନ୍ ନିମନ୍ତେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଗୁଡିକର ପ୍ରଥମ କଟ୍ ଅଫ୍ ମାର୍କ ସହିତ ଚୟନ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ସ୍ଥାନ ପାଇଥିବା ବିଦ୍ୟାର୍ଥୀମାନେ ଜୁଲାଇ ୧୪ ତାରିଖରୁ ୧୭ ତାରିଖ ମଧ୍ୟରେ ସମ୍ପୃକ୍ତ ମହାବିଦ୍ୟାଳୟରେ ନାମ ଲେଖି ପାରିବେ । www.dheorissa.in ୱେବସାଇଟ୍ ରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ମାନଙ୍କରେ କଟ୍ ଅଫ୍ ମାର୍କ ପ୍ରଦର୍ଶିତ ହୋଇଛି । ରାଜ୍ୟର ଅଗ୍ରଣୀ ସରକାରୀ ଡିଗ୍ରୀ କଲେଜ ମାନଙ୍କ ମଧ୍ୟରୁ ଚଳିତ ବର୍ଷ ଭୁବନେଶ୍ଵର ବିଜେବି ସ୍ଵୟଂଶାସିତ କଲେଜର କଳା,ବିଜ୍ଞାନ ଓ ବାଣିଜ୍ୟରେ କଟ୍ ଅଫ୍ ମାର୍କ ସର୍ବାଧିକ ଥିବାର ସୂଚନା ମିଳିଛି । ଏହି କଲେଜରେ ପ୍ରଥମ ପର୍ଯ୍ୟାୟ ର କଟ୍ ଅଫ୍ ମାର୍କ ଫିଜିକାଲ ସାଇନ୍ସରେ ୯୧.୪%,ବାୟୋଲୋଜିକାଲ ସାଇନ୍ସରେ ୮୮.୮% ,କଳାରେ ୬୮.୬୭% ଏବଂ ବାଣିଜ୍ୟରେ ୮୩.୮୩% ରହିଛି । ୨୦୧୪-୧୫ ଶିକ୍ଷାବର୍ଷରେ ରାଜ୍ୟର ୭୦୪ଟି ଡିଗ୍ରୀ କଲେଜରେ ବିଜ୍ଞାନ,କଳା,ବାଣିଜ୍ୟ ରେ ନାମଲେଖିବା ନିମନ୍ତେ ୨ଲକ୍ଷ୫ହଜାର ୬୮୪ଜଣ ଛାତ୍ରଛାତ୍ରୀ ଦରଖାସ୍ତ ଦାଖଲ କରିଥିଲେ । ଏହି ସମସ୍ତ ବିଭାଗରେ ମୋଟ ୧ଲକ୍ଷ ୫୧ହଜାର ୭୧୮ଟି ମଞ୍ଜୁରିପ୍ରାପ୍ତ ସିଟ ରହିଥିବାବେଳେ ପ୍ରଥମପର୍ଯ୍ୟାୟରେ ୧ଲକ୍ଷ୩୬ହଜାର ୭୧୧ଜଣ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ୍ ମାର୍କ ଅନୁସାରେ ନାମଲେଖାଇବା ନିମନ୍ତେ ଚୟନ କରାଯାଇଛି ।

Share in top social networks!