ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ରାଜ୍ୟସ୍ତରୀୟ ବୈଠକ

Odishan-MAP-7ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ୟୁନିସେଫ ମିଳିତ ସହଯୋଗରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଦୁଇଦିନିଆ କାର୍ମଶାଳା ଆସନ୍ତାକାଲି ତା.୧୦.୦୭.୨୦୧୪ ରିଖ ଓ ତା.୧୧.୭.୨୦୧୪ ରିଖ ଦିନ ସ୍ଵସ୍ତି ପ୍ରିମିୟମ୍ ଠାରେ ଆୟୋଜିତ ହେଉଛି । ଆସନ୍ତାକାଲି ଦିବା ସକାଳ ୯ ଘଟିକା ସମୟରେ ଉଦଘାଟନୀ ଉତ୍ସବରେ ମାନ୍ୟବର ଶିଳ୍ପ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବିପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଉଛନ୍ତି । ବିଭାଗୀୟ ସଚିବ ଶ୍ରୀମତୀ ଉଷା ପାଢି,ୟୁନିସେଫ ଓଡିଶାର ରାଜ୍ୟ ମୁଖ୍ୟ ୟୁମି ବାଏ ,ୟୁନିସେଫର ବରିଷ୍ଠ ପରାମର୍ଶଦାତା (ଶିକ୍ଷା) ଶ୍ରୀ ଧୀର ଝିଙ୍ଗରନ୍ (ଆଇଏଏସ) ,ଟି.ଇ ଓ ଏସ୍.ସି.ଇ.ଆର.ଟି ନିର୍ଦ୍ଦେଶକ,ଶ୍ରୀ ଦାଶରଥି ଶତପଥି ,ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇଦିନିଆ ବୈଠକ ଚାରୋଗୋଟି ପର୍ଯ୍ୟାୟରେ ଆୟୋଜିତ ହେଉଛି । ଦିବା ୯ ଘଟିକା ଠାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଆୟୋଜିତ ଏହି ବୈଠକର ଦ୍ଵିତୀୟ ତଥା ଉଦଯାପନୀ ଦିବସରେ ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର,ବିଭାଗୀୟ ସଚିବ ଶ୍ରୀମତୀ ଉଷା ପାଢୀ,ଏନ୍.ୟୁ.ଇ.ପି.ଏ , ନୂଆଦିଲ୍ଲୀର କୁଳପତି ଶ୍ରୀ ଆର ଗୋବିନ୍ଦା ଏବଂ ଉତକଳ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ରୀ ଏ.କେ ଦାସ ,ୟୁନିସେଫର ପଦସ୍ଥ ପଦାଧିକାରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ମାନେ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!