ଆଜି ପ୍ରକାଶ ପାଇବ +୩ କଟ୍ ଅଫ୍ ମାର୍କ

Odishan-MAP-2ରାଜ୍ୟର ୭୦୪ଟି ଡିଗ୍ରୀ କଲେଜରେ ଥିବା ୧,୫୧,୭୨୮ ଟି ସିଟରେ ନାମ ଲେଖାଇବା ପାଇଁ ବୁଧବାର କଟ୍ ଅଫ୍ ମାର୍କ ଓ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟରେ ଓ କଲେଜ ନୋଟିସ ବୋର୍ଡରେ ମେରିଟ ଲିଷ୍ଟ ଦେଖିପାରିବେ । ଏହାପରେ ଜୁଲାଇ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ । ଚଳିତ ବର୍ଷ +୩କଳା,ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖାଇବା ପାଇଁ ୨,୫,୬୮୪ ଜଣ ଆବେଦନ କରିଛନ୍ତି ।ଛାତ୍ରଛାତ୍ରୀ ସେମାନଙ୍କର ଇଣ୍ଟିମେସନ ଲେଟର ଉଚ୍ଚଶିକ୍ଷା ବିଭାଗ ୱେବସାଇଟରୁ ଡାଉନଲୋଡ କରିପାରିବେ । ଏହାସହିତ ଛାତ୍ରଛାତ୍ରୀଙ୍କୁ ଇମେଲ ଓ ମୋବାଇଲ ମେସେଜ ମାଧ୍ୟମରେ ସେମାନଙ୍କୁ ମିଳିଥିବା କଲେଜ ଜଣାଇ ଦିଆଯିବ । ଏହାପରେ ଜୁଲାଇ ୨୨ରେ ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୫ରୁ ୨୮ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ । ଅଗଷ୍ଟ ୫ରେ ସ୍ପଟ ଆଡମିସନ ହେବ । ଜୁଲାଇ ୭ରୁ ପାଠପଢା ଆରମ୍ଭ ହେବ ।

Share in top social networks!