ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

MAP-15ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗରେ ମହାସମାରୋହରେ ପାଳନ କରିବା ନିମନ୍ତେ ସଚିବାଳୟ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ସ୍ଵରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିପିନ ସାକସେନାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ଅବସରରେ ଆୟୋଜିତ ପ୍ୟାରେଡ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ଓ ଗତ ୨୬ଜାନୁଆରୀ ୨୦୧୪ ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ରାଜ୍ୟସ୍ତରୀୟ ପ୍ୟରେଡରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ ଦଳଗୁଡିକୁ ଟ୍ରଫି ପ୍ରଦାନ କରିବେ । ଡେପୁଟି କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ୟାରେଡ ଉତ୍ସବସ୍ଥାନ ତଥା ନିକଟବର୍ତ୍ତୀ ସ୍ଥାନମନଙ୍କରେ ନିରାପତ୍ତା ଓ ଯାନବାହାନ ନିୟନ୍ତ୍ରଣ କରିବା ସହ ପ୍ୟାରେଡରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ଵର ମହାନଗର ନିଗମ ତରଫରୁ ପାନୀୟ ଜଳ ଯୋଗାଣ,ସେସୁ ଦ୍ଵାରା ଆଲୋକ ବ୍ୟବସ୍ଥା,ପୁର୍ତ୍ତବିଭାଗ ପକ୍ଷରୁ ବ୍ୟାରିକେଡିଙ୍ଗ ଆଦି ଅନେକ ବ୍ୟବସ୍ଥା କରାଯିବାର ଆଲୋଚନାଚକ୍ରରେ ନିଷ୍ପତ୍ତି ହୋଇଥିଲା । ଏହି ବିଷ୍ଠକରେ ସ୍ଵରାଷ୍ଟ୍ର ବିଭାଗର ସ୍ଵତନ୍ତ୍ର ସଚିବ ଲଳିତ ଦାସ,ଭୁବନେଶ୍ଵର ମହାନଗର ନିଗମର କମିଶନର ତଥା ବିଡିଏର ଉପାଧ୍ୟକ୍ଷ ଡ.କିଶନ କୁମାର,ଡି.ସି.ପି ନୀତିନଜିତ ସିଂ,ସପ୍ତମ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀମତୀ ଅମ୍ରିତା ଦାଶ,ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର,ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ରାମଶଙ୍କର ବେହେରା,ଗୃହ ବିଭାଗର ଯୁଗ୍ମ ସଚିବ ଶ୍ରୀ ଆଲୋକ କର,ଉପଶାସନ ସଚିବ ଶ୍ରୀ ବି.ବି. ମିଶ୍ର,ଅଗ୍ନିଶମ ଅଧିକାରୀ ଶ୍ରୀ ବି.ବି ମହାପାତ୍ରଙ୍କ ସମେତ ରାସ୍ତା ଓ କୋଠାବାଡି,ଜନସ୍ୱାସ୍ଥ୍ୟ,ଡି.ଇ.ଜି,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଅନ୍ୟନ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେଇଥିଲେ ।

Share in top social networks!