ଅକ୍ଷୟ ପାତ୍ର ଫାଉଣ୍ଡେସନ ର ଆଧୁନିକ ରୋଷେଇଘର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

51519ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ସ୍ଥିତ ନୟାହାଟ ଅଞ୍ଚଳର ବମ୍ପାକୁଦ ଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ର ଏକ ଆଧୁନିକ ରୋଷେଇଘରକୁ ଉଦଘାଟିତ କରିଛନ୍ତି । ଏହି କେନ୍ଦ୍ରିତ ରୋଷେଇଶାଳ ଦ୍ଵାରା ଦୈନିକ ୧୯୦ଟି ବିଦ୍ୟାଳୟର ୪୫ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇପାରିବ । ଏହି ବୃହତ ରୋଷେଇଶାଳାରେ ଚାଉଳସଫା ଜନ୍ତ୍ର,ଶୀତଳଭଣ୍ଡାର ,ବଏଲର୍ସ ,କାନଭେୟର ବେଲ୍ଟ,ଏବଂ ଆଧୁନିକ ପ୍ୟାକେଜିଂ ଓ ବଣ୍ଟନ ବ୍ୟବସ୍ଥା ରହିଛି । ୨୦ ଟି ଗାଡିରେ ରନ୍ଧାଖାଦ୍ୟ ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି । ୨୦୧୫ ସୁଦ୍ଧା ଏଥିରେ ଏକ ଲକ୍ଷ ପିଲାଙ୍କୁ ଖାଦ୍ୟ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ରୋଷେଇଶାଳା ଦ୍ଵାରା ଅଧିକ ପିଲାଙ୍କୁ ସ୍ଵାସ୍ଥ୍ୟକର ଖାଦ୍ୟ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

Share in top social networks!