ଧାନ ସଂଗ୍ରହ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଯୋଗାଣ ମନ୍ତ୍ରୀ ଓ ସଚିବଙ୍କ ଛତିଶଗଡ ଗସ୍ତ

download (1)
ଓଡିଶାରେ ଧାନ ସଂଗ୍ରହ ବ୍ୟବସ୍ଥା ସହ ଅନ୍ୟାନ୍ୟ ରାଜ୍ୟର ବ୍ୟବସ୍ଥାରେ କି ପ୍ରକାର ତଫାତ୍ ରହିଛି, ଅନ୍ୟ ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡିଶାରେ ଯାହା କିଛି ସମସ୍ୟା ଅଛି ,ସେ ସବୁକୁ ସୁଧାରିବା ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଓ ସଚିବ ଶ୍ରୀ ମଧୁସୂଦନ ପାଢି ଛତିଶଗଡ ଗସ୍ତ କରିଛନ୍ତି । ସେଠାରେ ସେ କ୍ଷେତ୍ର ପରିଦର୍ଶନ ପରିବା ସହ ଛତିଶଗଡ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରି ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବେ । ଓଡିଶାରେ ଧାନ ସଂଗ୍ରହ ସମୟ ଉପନୀତ ହେଲେ ସାଧାରଣତଃ ଓଡିଶା ରାଜ୍ୟ ଯୋଗାଣ ସମବାୟ ନିଗମ ପ୍ରାଥମିକ ସମବାୟ ସମିତି ଦ୍ଵାରା ଚାଷୀଙ୍କଠାରୁ ଧାନ କିଣି ମିଲରମାନଙ୍କୁ ହସ୍ତାନ୍ତର କରିଥାନ୍ତି । ଏହାବ୍ୟତୀତ ନାଫେଡ୍,ମାର୍କଫେଡ୍, ଇତ୍ୟାଦି ସଂସ୍ଥା ଓ ପାଣି ପଞ୍ଚାୟତ ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଭାରତ ସରକାରଙ୍କ ମାନଦଣ୍ଡ ଅନୁସାରେ ଗୁଣାତ୍ମକ ଧାନକ୍ରୟ କରାଯାଏ । କିନ୍ତୁ ଗୋଟିଏ ସମସ୍ୟା ହେଲା ମଣ୍ଡିରେ ଧାନ କିଣିବା ପୂର୍ବରୁ ବା ପରେ ପିଣ୍ଡିର ଅଭାବ ହେତୁ ଧାନବସ୍ତା ଦିନ ଦିନ ଧରି କାକର ବ ବର୍ଷାରେ ପଡିରହେ । ଏଥିପାଇଁ ଚାଷୀ ବା କ୍ରୟ ଏଜେନ୍ସି କୁ କ୍ଷତି ସହିବାକୁ ପଡେ । ଛତିଶଗଡରେ ଚାଷୀଙ୍କ ଠାରୁ ଧାନକ୍ରୟ ପାଇଁ ସେଠାକାର ସରକାର କି କି ପ୍ରକାର ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଉଭୟ ମନ୍ତ୍ରୀ ଓ ସଚିବ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।

Share in top social networks!