ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

IMG_2105
ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ନୂଆଦିଲ୍ଲୀ ରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀପଦ ନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶା ପର୍ଯ୍ୟଟନ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ନବକଳେବର ଉପଲକ୍ଷେ ରାଜ୍ୟସରକାର ନେଉଥିବା ପଦକ୍ଷେପ ମାନ ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ଜଗନ୍ନାଥଙ୍କର ଏହି ନବକଳେବର ଓଡିଶାର ଏକ ମହାନ ପରମ୍ପରା ଓ ସଂସ୍କୃତିର ପରିଚାୟକ । ଏହି ଅବସରରେ ଲକ୍ଷଲକ୍ଷ ଭକ୍ତ ସାରା ବିଶ୍ୱରୁ ପୁରୀ ଆସୁଥିବାରୁ ଏହକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଅଧିକ କେନ୍ଦ୍ରୀୟ ସହାୟତା ଦେବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ରସରକାର ଙ୍କୁ ଅନୁରୋଧ ଜଣାଇଛନ୍ତି । ଚିଲିକା, ରଥଯାତ୍ରା ଓ ଓଡିଶା ପର୍ଯ୍ୟଟନ ସମ୍ବନ୍ଧୀୟ ପୁସ୍ତକ ତିନୋଟି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟଯେ ,ଆମେରିକା ଓଡିଆ ସମାଜର ବାର୍ଷିକ ଉତ୍ସବରେ ଯୋଗଦେବା ନିମନ୍ତେ ଶ୍ରୀ ପଣ୍ଡା ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆମେରିକାର କଲମ୍ବସ ଗସ୍ତରେ ଥିଲେ ।

Share in top social networks!