ବିରଳ କୁରୁବଳ ପକ୍ଷୀ ଉଦ୍ଧାର

ଆଜି ସକାଳୁ ବ୍ରହ୍ମଗିରି ବନବିଭାଗ ଏକ ବିରଳ (ୱାଇଟ୍ ବେଲିଡ ସି-ଇଗଲ) ପକ୍ଷୀକୁ ଆହତ ଅବସ୍ଥାରେ ଉଦ୍ଧାର କରିଛି | ଉଦ୍ଧାର ପକ୍ଷୀଟି ଅଣ୍ଡିରା ପ୍ରଜାତିର ହୋଇଥିବାବେଳେ ଏହାର ବୟସ ୨ ରୁ ୩ ବର୍ଷ ହେବ | ସେହିଭଳି ଓଜନ ୪ ରୁ ୫ କେଜି ଏବଂ ଉଚତା ୨ ଫୁଟ ବୋଲି ବନବିଭାଗ କହିଛି | ପକ୍ଷୀ ମାରିବାକୁ ଶିକାରୀ ମାଛରେ ବିଷ ଦେଇ ପଳାଇ ଆସିବାପରେ ବିଷାକ୍ତ ମାଛ ଖାଇ ପକ୍ଷୀ ଟି ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଡାକ୍ତର ସନ୍ଦେହ କରୁଛନ୍ତି |
3457781
ଆଜି ସକାଳ ସାଢେ ୮ଟା ବେଳେ ଚିଲିକା ରୁ ଏକ ବିରାଟ କୁରୁବଳ ଚକର କାଟି ପଣସପଦା ବଜାରରେ ପଡି ଯାଇଥିଲା | ଏତେ ବଡ ପକ୍ଷୀ ଦେଖି ଲୋକେ ସଙ୍ଗେ ସଙ୍ଗେ ବନଭିବାଗ କୁ ଖବର ଦେଇଥିଲେ | ବ୍ରହ୍ମଗିରି ରେଞ୍ଜ ସୁନାମୁହିଁ ବିଟ୍ ଫରେଷ୍ଟର ଅଜୟ କୁମାର ଦାସ, ଗାର୍ଡ ରବୀନ୍ଦ୍ର କୁମାର ସ୍ଵାଇଁ , ଅବିନାଶ ଖୁଣ୍ଟିଆ ପହଞ୍ଚି ଆହତ ପକ୍ଷୀ କୁ ଉଦ୍ଧାର କରି ବନ ବିଭାଗ ବ୍ରହ୍ମଗିରି ପଶୁ ଡାକ୍ତର ଖାନା ରେ ଚିକିସ୍ଚା କରିଥିଲେ | ଚିକିସ୍ଚା ପରେ ଅପରାହ୍ନ ୪ଟା ବେଳେ ପକ୍ଷୀ ଟିର ବସା ପଣସପଦା ବଜାର ନିକଟ ଏକ ମୋବାଇଲ ଟାୱାର ପାଖରେ ଚିହ୍ନଟ କରି ଛାଡିଥିବା ବନବିଭାଗ କହିଛି | ତେବେ ଆହତ ପକ୍ଷୀଟି ଉଡି ପାରୁ ନଥିବା ଜଣାପଡିଛି | ବନବିଭାଗ କିପରି ଅସୁସ୍ଥ ପକ୍ଷୀ ଟିକୁ ଛାଡିଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ହ୍ଵାଇଟ୍ ବେଇଡି ସି-ଇଗଲ ସିଡ୍ୟୁଲ୍ ୱାନରେ ଯାଉଥିବା ବେଳେ ଏହା ବିଲୁପ୍ତ ପ୍ରାୟ ଅଟନ୍ତି | ଏମାନେ ସାତପଡା ,ସୋଲାରୀ, ଅରଖକୁଦା, ନଳବନ, ମୁମ୍ବାଇର ଆଇସିଲ୍ୟାଣ୍ଡ ଆଦି ଅଞ୍ଚଳ ରେ ଦେଖାଯାଇଥାନ୍ତି |

Share in top social networks!