ନୂଆଦିଲ୍ଲୀର ଶ୍ରୀଜଗନ୍ନାଥ ମନ୍ଦିରରେ “ଦି ଇଣ୍ଟେଲେକ୍ଟସ”ର ଆସ ଶିଖିବା ଆମରି ଭାଷାର ନୂତନ କେନ୍ଦ୍ର ଉଦଘାଟିତ

SAM_7782
ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ”ରଥଯାତ୍ରା ମହୋତ୍ସବ ଅବସରରେ ତ୍ୟାଗରାଜ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଓଡିଆ ଭାଷା ସୁରକ୍ଷା ଅଭିଯାନ “ଆସ ଶିଖିବା ଆମରି ଭାଷା”କାର୍ଯ୍ୟକ୍ରମର ଏକ ନୂତନ କେନ୍ଦ୍ର ଉଦଘାଟିତ କରିଅଛି । ଏହି ବୁଦ୍ଧିଜୀବୀ ଫୋରମ ଓଡିଆ ଭାଷା,ସଂସ୍କୃତି ଓ ସାହିତ୍ୟକୁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଚାର ଓ ପ୍ରସାର କରିବା ତାର ବ୍ରତ୍ତ ଭାବେ ଜିଆରଏଚଏନ କରିଛି । ଇତ୍ୟ ଅବସରରେ ଓଡିଆ ଭବନର additionl residential commissioner ଶ୍ରୀ ତ୍ରିବିକ୍ରମ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଫୋରମ ର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବହୁ ପ୍ରବାସୀ ଓଡିଆ ତାଙ୍କ ପିଲାମାନଙ୍କ ସହିତ ଯୋଗଦେଇଥିଲେ । ଶେଷରେ ଜଗନ୍ନାଥ ମନ୍ଦିରର ଉପ ସଭାପତି ଶ୍ରୀ ଡି ଏନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ମହାନ୍ତି,ପ୍ରେମାନନ୍ଦ ସ୍ଵାଇଁ,ଦେବରାଜ ମହାନ୍ତି,ସ୍ମୃତିଧାରା ରାଉତ,ପ୍ରାଚୀ ଦାସ,ଅନଶୁୟା ସାହୁ,ସୁଶୀଲ କୁମର ବେହୁରା,ହୃଷୀକେଶ ସାହୁ,ଇନ୍ଦୁ ଭୂଷଣ ଲେଙ୍କା ତଥା ସଂଗଠନର ଅନ୍ୟ ସଭ୍ୟମାନେ ସଫଳ ଭାବରେ ପରିଚାଳନା କରିଥିଲେ । ପ୍ରତି ରବିବାର ୨ଘଣ୍ଟା ଦେଇ ନିଃଶୁଳ୍କ ଓଡିଆ ଭାଷା ଶିକ୍ଷା କରିବା ପାଇଁ ଦିଲ୍ଲୀ ନଗରୀରେ ପ୍ରବାସୀ ଓଡିଆଙ୍କ ପାଇଁ “ଦି ଇଣ୍ଟେଲେକ୍ଟସ”ଏହି ବିରଳ ସୁଯୋଗ ଆଣିଦେଇଛି ।

Share in top social networks!