ଶାସ୍ତ୍ରୀୟ ଓଡିଆଭାଷାର ବିକାଶ ପାଇଁ ଚତୁର୍ଥ ଜାତୀୟ ସମ୍ମିଳନୀ

Picture 002
ଓଡିଆ ଭାଷା ଆଉ ଆଞ୍ଚଳିକଭାଷାହୋଇ ରହିନହିଁ । ଏହାଭାରତ ଏବଂ ବିଶ୍ଵର ପ୍ରମୁଖ ଭାଷା ସହିତ ତାଳଦେଇ ସବୁ କ୍ଷେତ୍ରରେ ନିଜର ଅସ୍ତିତ୍ଵ ପ୍ରକାଶ କରିଥିବାରୁ ତଥା ନିକଟରେ ପ୍ରାଚୀନ ଓ ମୌଳିକ ଭାଷା ଭାବରେ ଶାସ୍ତ୍ରୀୟ ଗୌରବ ପାଇଥିବାରୁ ଓଡିଆ ଏବେ ବିଶ୍ଵଭାଷାର ମାନ୍ୟତା ପଇସାରିଛି । ଅଥଚ କମ୍ପ୍ୟୁଟରର କୌଣସି ବିଭାଗରେ ଓଡିଆ ଭାଷା ପ୍ରୟୋଗ ହୋଇପାରୁ ନାହିଁ । ଯାହାଫଳରେ ଓଡିଆ ଭାଷାରେ ରଚିତ ବହି ଅନ୍ୟ ଭାଷାଭାଷୀଗଣ ପଢିପାରୁ ନଥିବାବେଳେ ସାଧାରଣ ଓଡିଆ କମ୍ପ୍ୟୁଟରର ସଫଳ ପାଇପାରୁନାହିଁ । ତେଣୁ ଓଡ଼ିଆଇ ଭାଷାର ସରଳ ଓ ବିଶ୍ୱବ୍ୟାପି ପ୍ରୟୋଗ ପାଇଁ ଓଡିଆ ଅଧ୍ୟୟନ ଇ ଗବେଷଣା ସଂସ୍ଥା ଅନୁକୂଲ୍ୟରେ ଓଡିଆ ସଫ୍ଟୱେର ପ୍ରସ୍ତୁତ କରୁଥିବା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନୀ,ଆମେରିକା,ସିଙ୍ଗାପୁର,ଚେନ୍ନାଇ ,ବାଙ୍ଗାଲୋର,ହାଇଦ୍ରାବାଦ,ବନାରସ,ପୁନେ,ନୂଆଦିଲ୍ଲୀ,ମୁମ୍ବାଇରେ ଅବସ୍ଥାପିତ ବିଭିନ୍ନ ଗବେଷକ,ଇଞ୍ଜିନିୟର ଶିକ୍ଷାବିତ ତଥା ଓଡିଶାର ବିଭିନ୍ନ ବିଦ୍ଵାନ ,କମ୍ପ୍ୟୁଟର ବିଦ୍ୟାର୍ଥୀଙ୍କୁ ନେଇ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟଳୟର କମ୍ପ୍ୟୁଟର ବିଭାଗ ସଭାକକ୍ଷରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ଉଦଘଟନ କରି ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ କହିଥିଲେ ଯେ,କମ୍ପ୍ୟୁଟର ବ୍ୟବହାର ଫଳରେ ଜଣେ ସଧାରଣ ବ୍ୟକ୍ତିର ଅସାଧାରଣ ସମସ୍ୟାକୁ ଅତି ସହଜରେ ସମାଧାନ କରିଦେଇପାରିବ । ତିନୋଟିସତ୍ରରେ ଆୟୋଜିତ ଏହି ପାଠଚକ୍ରରେ ପୁନାର ଟେକ ଜେଡ ସଲ୍ୟୁସନ ସଂସ୍ଥା ପ୍ରତିନିଧି ଭାବରେ ସୁଧୀର ପଟେଲ,ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟର ପ୍ରଫେସର ଡଃ ପଞ୍ଚାନନ ମହାନ୍ତି,ଦିଲ୍ଲୀର ଡକ୍ଟର ଗୋରା ମହାନ୍ତି ,ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସଂଘମିତ୍ରା ମହାନ୍ତି,ପ୍ରଫେସର ନଟବର ଶତପଥୀ ପ୍ରମୁଖ ଓଡିଆ ସଫ୍ଟୱେର ପ୍ରସ୍ତୁତିର ସମସ୍ୟା ଓ ସମାଧାନ ବିଷୟରେ ବିସ୍ତ୍ରୁତ ଆଲୋଚନା କରିବାରେ ପ୍ରଥମେ ଏକ ୟୁନିଫର୍ମ ଓଡିଆ ସଫ୍ଟୱେର ପ୍ରସ୍ତୁତି ସହ ଶିକ୍ଷା ଓ ଗବେଷଣାତ୍ମକ ଓଡିଆ ସଫ୍ଟୱେର ପ୍ରସ୍ତୁତି ପାଇଁ ପଦକ୍ଷେପ ନେବାକୁ ସହମତି ପ୍ରକାଶ ପାଇଥିଲା । ଏଥିପାଇଁ ଅବଶ୍ୟକୀୟ ଅର୍ଥ ରାଜ୍ୟସରକାର ବହନ କରିବାପାଇଁ ଏକ ପ୍ରତିନିଧି ମଣ୍ଡଳ ସରକାରଙ୍କ ସହ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Share in top social networks!