‘ମୀନା’ ର ଶୁଭାରମ୍ଭ

51425ମୟୂରଭଞ୍ଜ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଇନ୍ଦିରା ଆବାସ ଯୋଜନାର କାର୍ଯ୍ୟକାରୀତାକୁ ସୁଚାରୁରୂପେ ତଦାରଖ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ମୋବାଇଲ ଆଧାରିତ ତଦାରଖ ପଦ୍ଧତି ‘ମୀନା’ (Mayurbhanj Indira Awas NREGA Allied (MINA) ଆଜି ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ଡକ୍ଟର ଅରୁଣ ସାହୁଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ଏହି ମୋବାଇଲ ସେବା ଦ୍ଵାରା ତୃଣମୂଳ ସ୍ତରରେ ଇନ୍ଦିରା ଆବାସ ଯୋଜନା ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସଫଳତାର ସହ ତଦାରଖ କରାଯାଇ ପାରିବ ବୋଲି ମନ୍ତ୍ରୀ ଡକ୍ଟର ସାହୁ ପ୍ରକାଶ କରିଥିଲେ । ଫଳରେ ଏହି ଯୋଜନା ଗୁଡିକର କାର୍ଯ୍ୟକାରିତାରେ ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ବୋଧ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଏହା ଜିଲ୍ଲାର ୧୦୦ଟି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ କରାଯିବ ଏବଂ ପରେପରେ ସମସ୍ତ ୩୮୨ ଗ୍ରାମପଞ୍ଚାୟତକୁ ସମ୍ପ୍ରସାରିତ କରାଯିବ । ଏହି ଅବସରରେ ମନ୍ତ୍ରୀ ଡକ୍ଟର ସାହୁ ୩ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଏହି କାର୍ଯ୍ୟ ପାଇଁ ତଦାରଖ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ସୁଶ୍ରୀ ମାନସୀ ନିମ୍ବାଲ୍ ‘ମୀନା’ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

Share in top social networks!