ଗ୍ରାମୀଣ ଡାକ ସେବକଙ୍କ ସମସ୍ୟା ମାମଲା

Odishan-MAP-7କଟକ ନର୍ଥ ଡିଭିଜନ ଯାଜପୁର ଉପଡାକଘର ଅନ୍ତର୍ଗତ ଟିନା ଗାଁ ଶାଖା ଡାକଘରେ ଡାକ ବିତରକ ଭାବେ କାର୍ଯ୍ୟ କରି ୨୦୦୯ ମସିହାରେ ଅବସର ନେଇଥିଲେ ସେହି ଗାଁ ର ଶ୍ରୀଧର ମିଶ୍ର । କିନ୍ତୁ ୫ ବର୍ଷ ପରେ ମଧ୍ୟ ତାଙ୍କୁ ଅବସରକାଳୀନ ସୁବିଧା ମିଳୁନାହିଁ । ସେ ବିଭିନ୍ନ ଅଫିସ୍ ଦୌଡିଦୌଡି ନୟାନ୍ତ ହେଲେଣି । ସରକାରୀ ଚାକିରିରୁ ଅବସରପରେ ନିୟମାନୁଯାୟୀ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ନ ମିଳିବା ମାନବାଧିକାର ର ଉଲ୍ଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ । ସେ ଦର୍ଶାଇ ଥିଲେ ଯେ ଅବସରକାଳୀନ ପୂର୍ଣ୍ଣ ସୁବିଧା ନ ମିଳିବାରୁ ଶ୍ରୀଧରଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତାଙ୍କୁ ଗ୍ରାଚୁଇଟି,ଗୋଷ୍ଠୀ ବୀମା,ଷଷ୍ଠ ବେତନ କମିଶନ ଅନୁସାରେ ବକେୟା ଦରମା ଓ ଅନ୍ଯାନ୍ଯ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ସେ ନିବେଦନ କରିଥିଲେ । କମିଶନ ଏହାକୁ ଗ୍ରହଣ କରି ଓଡିଶା ସର୍କଲ ଡାକ ବିଭାଗର ଭୁବନେଶ୍ଵର ଠାରେ ଅବସ୍ଥାପିତ ମୁଖ୍ୟ ଡାକପାଳଙ୍କୁ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ କମିଶନ ୪ ଥର ରିମାଇଣ୍ଡର ମଧ୍ୟ ପଠାଇ ସାରିଛନ୍ତି । କିନ୍ତୁ ମୁଖ୍ୟ ଡାକପାଳ ଏହାକୁ ଅନାଦେଖା କରିଆସୁଥିବାରୁ କମିଶନ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜରା ନୋଟିସ୍ ଜାରି କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟଯେ,ରାଜ୍ୟର ପ୍ରାୟ ୫୦୦ ଗ୍ରାମୀଣ ଡାକ କର୍ମଚାରୀଙ୍କୁ ୬ଷ୍ଠ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ଗ୍ରାଚୁଇଟି ଓ ବକେୟ ଡ୍ରାମା ଦିଆଯାଇ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାରଲୋକଙ୍କୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିବା ସହ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି ।

Share in top social networks!