୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ICU ସୁବିଧା ଉପଲବ୍ଧ –ଖୁବଶୀଘ୍ର ଆଉ ୭ଟିରେ ଉପଲବ୍ଧ ହେବ

MAP-14ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରି ସେମାନଙ୍କ ଜୀବନ ରକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କ୍ରିଟିକାଲ କେୟାର ୟୁନିଟ ବା ICU ବ୍ୟବସ୍ଥା କରାଯାଉଛି । ଅଟା ଶୁକ୍ରବାରଦିନ କୋରାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଣସଙ୍କ୍ରାମକ ରୋଗ କମ୍ପ୍ଲେକ୍ସ ଏବଂ ୬ ଶଯ୍ୟା ବିଶିଷ୍ଟ ICU ଖୋଲିବା ପରେ ବାର୍ତ୍ତାମାନ ସୁଦ୍ଧା ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ICU ସୁବିଧା ଉପଲବ୍ଧ ହୋଇଛି । ଏହି ଗୁଡିକ ହେଉଛି କ୍ୟାପିଟାଲ ହସ୍ପିଟାଲ ,ପୁରୀ , ମାଲକାନଗିରି,ନବରଙ୍ଗପୁର,ବଲାଙ୍ଗୀର ଓ କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟ । ଚଳିତ ବର୍ଷରେ ଯଥାଶୀଘ୍ର ଆଉ ୭ଟି , ନୂଆପଡା,ବାଲେଶ୍ଵର,ଯାଜପୁର,ମୟୂରଭଞ୍ଜ,କଳାହାଣ୍ଡି,ବରଗଡ ଏବଂ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ହେବ । ପ୍ରତି ICU ପାଇଁ କ୍ରିଟିକାଲ କେୟାର ୟୁନିଟ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ୩ ଜଣ ଡାକ୍ତର ଏବଂ ୧୦ ଜଣ ସେବିକା ଓ ପାରାମେଡିକ ବ୍ୟବସ୍ଥା କରାଯାଇଛି । ୨୦୧୫-୧୬ ସୁଦ୍ଧା ୨୦ଟି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ICU ବ୍ୟବସ୍ଥା କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟକରାଯାଇଛି । ୬ ଶଯ୍ୟା ବିଶିଷ୍ଟ ପ୍ରତି ICU ପାଇଁ ପ୍ରାୟ ୧କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ICU ଗୁଡିକ କେନ୍ଦ୍ରୀୟ ଏବଂ ରାଜ୍ୟସରକାରଙ୍କ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି । ସେହିପରି କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏନ୍.ପି.ସି.ଡି.ସି.ଏସ୍ କାର୍ଯ୍ୟକ୍ରମରେ ଅଣସଙ୍କ୍ରାମକ ରୋଗ କମ୍ପ୍ଲେକ୍ସ ଉଦଘାଟିତ ହୋଇଯାଇଛି । ଏହା ରାଜ୍ୟର ୪ର୍ଥ କମ୍ପ୍ଲେକ୍ସ । ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଖୁବଶୀଘ୍ର ୫ମ କମ୍ପ୍ଲେକ୍ସ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!