ରାଜ୍ୟରେ ପି.ପି.ପି ମୋଡରେ ସ୍ୱାସ୍ଥ୍ୟସେବାର ବିକାଶ ନିମନ୍ତେ ହାଇଦ୍ରାବାଦଠାରେ ପୁଞ୍ଜିଲଗାଣକାରୀ ସଂସ୍ଥାମାନଙ୍କ ସହ ଆଲୋଚନା

unnamed
ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପିନ ପିପିପି ମୋଡରେ ଅଧିକରୁ ଅଧିକ ପୁଞ୍ଜିନିବେଶ ନିମନ୍ତେ ପୁଞ୍ଜିଲଗାଣ କାରୀ ସଂସ୍ଥାମାନେ ଆଗେଇ ଆସିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ଵାନ ଜଣାଇଛନ୍ତି । ରାଜ୍ୟସରକାର ଗଜପତି ଓ ରାୟଗଡା ଠାରେ ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପିପିପି ମୋଡରେ ଏହ ପ୍ରତିଷ୍ଠା କରାଯିବ । ପ୍ରକଳ୍ପର ମୋଟ ଆର୍ଥିକ ବ୍ୟୟ ବରାଦର ୪୦ପ୍ରତିଶତ ପର୍ଯ୍ୟନ୍ତ ଭାଏବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ ସ୍କିମରେ କରାଯିବାକୁ ନୀତିଗତ ଭାବେ ନିଷ୍ପତ୍ତି ହୋଇଛି । ପ୍ରତିକଲେଜରେ ୧୦୦ଏମ୍.ବି.ବି.ଏସ୍ ସିଟ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ । ଏଥିପାଇଁ ରାଜ୍ୟସରକାର ଜମି ଚିହ୍ନଟ କରିସାରିଛନ୍ତି ଏବଂ ପ୍ରକଳ୍ପ ପ୍ରତିଷ୍ଠକାରୀଙ୍କୁ ବିନା ପ୍ରିମିୟମରେ ୯୯ବର୍ଷିଆ ଲିଜ ପ୍ରଦାନ କରିଛନ୍ତି । ଏତଦବ୍ୟତୀତ ଏସେନସିଆଲିଟି ପ୍ରମାଣପତ୍ର ମିଳିବା ଏବଂ ବିଶ୍ୱବିଦ୍ୟାଳୟ ସହବନ୍ଧନ ଆଦି ଦିଗରେ ସରକାର ସହାୟତା କରିବେ । ଏହି ଦୁଇ ପ୍ରକଳ୍ପ ପାଇଁ ପୁଞ୍ଜିଲଗାଣକାରୀଙ୍କୁ ଆକର୍ଷିତ କରିବା ନିମନ୍ତେ ସେହି ସବୁ ସ୍ଥାନରେ ନର୍ସିଙ୍ଗ କଲେଜ ଏବଂ ପରାମେଡିକ ଓ ଟେକନିସିଆନ ତାଲିମ କେନ୍ଦ୍ର ମଧ୍ୟ କରିପାରିବେ ବୋଲି କୁହାଯାଇଛି । ପ୍ରତି ମେଡିକଲ କଲେଜ ଏବଂ ହସ୍ପିଟାଲ ନିମନ୍ତେ ୩୨୬କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପୃବର କଲ୍ୟାଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ଦୁଇଟି ପ୍ରକଳ୍ପ ନିମନ୍ତେ ଆସନ୍ତା କାଲି ହାଇଦ୍ରାବାଦ ଜୁବ୍ଲିହିଲ୍ ସ୍ଥିତ ସେଣ୍ଟର ଫର ଗୁଡ ଗଭର୍ନାନ୍ସ ସେମିନାର ହଲରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଅଧ୍ୟକ୍ଷତାରେ ପୁଞ୍ଜିଲଗାଣ କାରୀ ସଂସ୍ଥାମାନଙ୍କରଏକ ବୈଠକ ଅନୁଷ୍ଠିତ ହେବ । ସେଣ୍ଟର ଫର ଗୁଡ ଗଭର୍ନାନ୍ସ ହଲରେ ଆୟୋଜିତ ଏହି ବୈଠକରେ ମନିପାଲ ହସ୍ପିଟାଲ,ହାଇଟେକ ଗ୍ରୁପ,କେ.ଆଇ.ଏସ୍ ଗ୍ରୁପ,ଏମ୍.ଏନ୍.ଆର ଏଜୁକେସନାଲ ଟ୍ରଷ୍ଟ,ଏଲ୍.ଏ.ସି.ଏଫ୍.ଆଇ,ଅବୁଧାବିର ହାମଦାନ ଗ୍ରୁପ ,ସି.ଏଚ୍.ଏ.ଆଇ,ନ୍ୟୁଲାଇଫ ହସ୍ପିଟାଲ, ୟୁନିଭର୍ସାଲ ଏମ୍ପାୟାର ଗ୍ରୁପ,ଆପୋଲୋ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ,ଆବେଙ୍ଗୋଆ ବକ୍ସିପାତ୍ର ଟ୍ରଷ୍ଟ ଏବଂ ଜି.ଏସ୍.ଏଲ୍ ଟ୍ରଷ୍ଟ ପ୍ରଭୃତି ସଂସ୍ଥାମାନେ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ ।

Share in top social networks!