୬୫ତମ ବନମହୋତ୍ସବ ରେ ବନୀକରଣ ଉପରେ ପ୍ରାଧାନ୍ୟ

51352ରାଜ୍ୟସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୬ନମ୍ବର ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ୬୫ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପୀ ସମସ୍ତ ବନଖଣ୍ଡ ଦ୍ଵାରା ବୃକ୍ଷରୋପଣ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ଜଙ୍ଗଲ ବିଭାଗ ତରଫରୁ ଜନସାଧାରଣମାନଙ୍କୁ ମାଗଣାରେ ୧୪ ପ୍ରକାର ଚାରା ବଣ୍ଟନ କରଯାଇଥିଲା । ମୁଖ୍ୟମନ୍ତ୍ରୀ ,ଜଙ୍ଗଲ ଓ ପରିବେଶମନ୍ତ୍ରୀ ଯୋଗଦେଇ କହିଥିଲେ ଯେ ସାରା ରାଜ୍ୟରେ ବନୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସ୍କୁଲର ଇକୋକ୍ଳବମାନଙ୍କୁ ସାମିଲ କରାଯାଇଛି । ଶେଷରେ ପୁରସ୍କାର ବଣ୍ଟନ କରାଯାଇଥିଲା । ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ,ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶି ମିଶ୍ର ,ମେୟର ଅନନ୍ତ ନାରାୟଣ ଜେନା ,ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ରାଜକିଶୋର ବର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଜେ.ଡ଼ି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!