ବସନ୍ତ ପଣ୍ଡା ରାଜ୍ୟ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ

51384ନୂଆପଡା ବିଧାୟକ ବସନ୍ତ ପଣ୍ଡା ଓଡିଶା ବିଜେପି ଦଳର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିଷ୍ପତ୍ତି କେନ୍ଦ୍ର ବିଜେପି ପର୍ଯ୍ୟବେକ୍ଷକ ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ ,କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ,ଜୁଏଲ ଓରାମ ଓ କେନ୍ଦ୍ରୀୟ ନେତା ଅରୁଣ ସିଂ ଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ପଣ୍ଡା ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଜାଭେଦକର କହିଥିଲେ ଯେ ଶ୍ରୀଯୁକ୍ତ ପଣ୍ଡାଙ୍କ ନାମ ପ୍ରଥମେ ରାଜ୍ୟ ବିଜେପି ସଭାପତି କେଭି ସିଂହଦେଓ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସମସ୍ତ ୯ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଘୋଷଣା କରିଥିଲେ । ଶେଷରେ ଶ୍ରୀଯୁକ୍ତ ପଣ୍ଡା ଦଳୀୟ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ।

Share in top social networks!