ନିରପେକ୍ଷତା ରହିଲେ ସଂବାଦପତ୍ର ଅସ୍ଥାଭାଜନ ହୁଏ – ଡା ଦାମୋଦର ରାଉତ

images (2)ସଂବାଦପତ୍ର ହେଉଛି ଗଣତନ୍ତ୍ରର ସୁରକ୍ଷା କବଚ । ସତ୍ୟାନ୍ଵେଷୀ ଓ ନିରପେକ୍ଷ ହେଲେ ଏହା ଜନସାଧାରଣଏନକେ ଅସ୍ଥାଭାଜନ ହୁଏ ଏବଂ ସମାଜର ଅଶେଷ ହିତସାଧନ କରିଥାଏ ବୋଲି ସମବାଯ ଓ ଅବକାରୀମନ୍ତ୍ରୀ ଡା ଦାମୋଦର ରାଉତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନ ଠାରେ ଆଶା ପ୍ରଦୀପ ସମ୍ବାଦପତ୍ରର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମନ୍ତ୍ରୀ ଡା ଦାମୋଦର ରାଉତ କହିଲେ ଯେ,ସମ୍ପ୍ରତି ସଂବାଦପତ୍ର ବ୍ୟବସାୟିକ ହୋଇଛି । ମାଳିକାମାନଙ୍କ ସ୍ଵାର୍ଥସିଦ୍ଧିର ଆୟୁଧ ହୋଇଛି । ବିଜ୍ଞାପନ ସର୍ବସ୍ଵ ସଂବାଦପତ୍ର ବଳିଷ୍ଠ ଜନମତ ଗଠନ କରିପାରେନା । କାମଳ ସାମ୍ବାଦିକତାକୁ ପାଥେୟ କରି ସଂବାଦପତ୍ର ଚାଞ୍ଚଲ୍ୟ ସୃଷ୍ଟି କରିପାରେ, ମାତ୍ର ଦୀର୍ଘକାଳ ଧରି ଆଦୃତ କରିପାରେନା । ସଂବାଦପତ୍ର ସମାଜପ୍ରତି ନିଜର ଉତ୍ତରଦାୟିତ୍ଵକୁ କେବେହେଲେ ବିସ୍ମରଣ କରିବା ଉଚିତ ନୁହେଁ । ଆଶାପ୍ରଦୀପ ସମ୍ବାଦପତ୍ର ବିଜ୍ଞାପନ ପଛରେ ନ ଦୌଡି ଗଠନମୂଳକ ସାମ୍ବାଦିକତାରେ ବ୍ରତୀ ହୋଇପାରିଛି ବୋଲି ମନ୍ତ୍ରୀ ଡଃ ରାଉତ ମତପ୍ରକାଶ କରି ଏହି ସଂବାଦପତ୍ର ର ଉତ୍ତରୋତ୍ତର ଉତ୍କର୍ଷ କାମନା କରିଥିଲେ । ଏହି ବାର୍ଷିକ ଉତ୍ସବରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ,କନଫଡେରେସନ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ର ଶ୍ରୀମତୀ ସୁପର୍ଣ୍ଣା ନନ୍ଦ,ଆସ୍ଥା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ମୁଖ୍ୟା ଶ୍ରୀମତୀ ଏସ୍ ସୁବ୍ରମଣ୍ୟମ୍ ,ସ୍ଵୀକୃତୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫଳତାର ସହ ୯ ବର୍ଷ ସଂପୂର୍ଣ୍ଣ କରିଥିବା “ ଆଶା ପ୍ରଦୀପ” ସଂବାଦପତ୍ର ର ସମ୍ପଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟ ଏହି ଉତ୍ସବରେ ସଭାପତିତ୍ଵ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହିତ ପତ୍ରିକାର ଏକ ବିଶେଷାଙ୍କ ଉନ୍ମୋଚନ ହୋଇଥିଲା । ପରେ ନୃତ୍ୟାଙ୍ଗନା ଶୁଭଶ୍ରୀ ପଟ୍ଟନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

Share in top social networks!