ତାମିଲନାଡୁରେ ଶ୍ରମ ମନ୍ତ୍ରୀ ଓ ଶ୍ରମ କମିଶନର

51348
ଓଡିଆ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମ କମିଶନର ଶାଳିନୀ ପଣ୍ଡିତ ଚେନ୍ନାଇର କୋଠା ଭୁଶୁଡିବା ଘଟଣାରେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାରେ ରାଜ୍ୟର ୫ଜଣଙ୍କ ସମେତ ମୋଟ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶ୍ରମମନ୍ତ୍ରୀ ଓ ଶ୍ରମ କମିଶନର ଆହତଙ୍କୁ ତାମିଲନାଡୁର ଡାକ୍ତରଖାନରେ ଭେଟି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଆହତଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ପ୍ରଦାନ ଓ ଓଡ଼ିଶାକୁ ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସେଠାକାର ଅଫିସରଙ୍କ ସହ ଅଭିଯୋଗ କରିଛନ୍ତି । ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ଜିଲ୍ଲା ପ୍ରଶାସନ ମୃତକଙ୍କ ଆତ୍ମୀୟଙ୍କୁ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । କେନ୍ଦ୍ରପଡା ଜିଲ୍ଲା ରେଡକ୍ରସ ସୋସାଇଟି ମଧ୍ୟ ୧୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଓ ଆହତଙ୍କ ପିନ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

Share in top social networks!