ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୧୪-୧୫ ବର୍ଷ ପାଇଁ କାର୍ଯ୍ୟ ଯୋଜନା ଅନୁମୋଦିତ

downloadରାଷ୍ଟ୍ରୀୟ କୃଷି ଯୋଜନାରେ ୨୦୧୪-୧୫ ବର୍ଷର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜସ୍ତରୀୟ ଅନୁମୋଦନ କମିଟି କରିଛନ୍ତି । ଗତକାଲି ସଚିବାଳୟ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ କୃଷିବିଭାଗ ପ୍ରମୁଖ ସଚିବ ଶ୍ରୀ ରାଜେସ କୁମାର ବର୍ମା ୨୦୧୪-୧୫ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟଯୋଜନା ଏବଂ ଅନୁମୋଦିତ ଅର୍ଥର ପରିମାଣ ଉପସ୍ଥାପନ କରିଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ୨୦୧୩-୧୪ ମସିହା ସୁଦ୍ଧା ଏହି ପ୍ରକଳ୍ପରେ ସମସ୍ତ ରାଜ୍ୟରେ ୩୯୯ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ତନ୍ମଧ୍ୟରୁ ଅଦ୍ୟାବଧି ୨୦୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ଏବଂ ୧୯୨ଟି ପ୍ରକଳ୍ପର କାର୍ଯ୍ୟଚାଲୁରହିଛି । ଚଳିତ ବର୍ଷ ପାଇଁ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ରସରକାରଙ୍କ ତରଫରୁ ୫୦୪କୋଟି ଏବଂ ରାଜ୍ୟସରକାରଙ୍କ ତରଫରୁ ୫୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ମୂଳ ସାଧାରଣ କୃଷିବିକାଶ ଯୋଜନା ସହ ନୂତନ ୩ଟି ଉପଯୋଜନା ସମନ୍ଵିତ କରାଯାଇଛି । ଏହି ଉପଯୋଜନା ଗୁଡିକ ହେଲା ଭାରତର ପୂର୍ବାଞ୍ଚଳରେ ସବୁଜ ବିକଳ୍ପ ପ୍ରଣୟନ,ସହରାଞ୍ଚଳ ପନିପରିବା ଉତ୍ପାଦନ ଏବଂ ଜାତୀୟ ପୃଷ୍ଟି ସହାୟତା ମିଶନ । ରାଜ୍ୟରେ ଏହି ୩ଟି ଉପଯୋଜନା ର କାର୍ଯ୍ୟାନ୍ଵୟନ ପାଇଁ କେନ୍ଦ୍ରସରକାରଙ୍କ ତରଫରୁ ଯଥାକ୍ରମେ ୧୮୪କୋଟି,୧୪କୋଟି ଏବଂ ୧୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୂଳ କୃଷି ଯୋଜନା ଓ ୩ଟି ଉପଯୋଜନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୫୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପଶୁପାଳନ ଓ ପଶୁଚିକିତ୍ସା ପାଇଁ ୧୦୬୮ଲକ୍ଷ ,ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୧୫୦୦ ଲକ୍ଷ ଉଦ୍ୟାନ ଚାଷ ପାଇଁ ୯୬୧ ଲକ୍ଷ,କୃଷି ଓ ବୈଷୟିକ ବିଦ୍ୟାଳୟ ପାଇଁ ୧୨୪୫ଲକ୍ଷ,ଜଳସଂପଦ ବିକାଶ ପାଇଁ ୧୪୭୫ ଲକ୍ଷ ,ବୟନ ଓ ହସ୍ତତନ୍ତ ର ବିକାଶ ପାଇଁ ୫୫୦ ଲକ୍ଷ ତାଙ୍କ ସମ୍ପୃକ୍ତ ବିଭାଗ ମାନଙ୍କୁ ଯୋଗାଇ ଦିଆଯାଇଛି । ବୈଠକରେ ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢି, ଅତିରିକ୍ତ ମୁଖ୍ୟଶାସନ ସଚିବ ଅର୍ଥବିଭାଗ ଶ୍ରୀ ଉପେନ୍ଦ୍ରନାଥ ବେହେରା ,ଜଳସଂପଦ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ସମେତ ସମ୍ପୃକ୍ତ ବିଭାଗର କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!