ରାଜ୍ୟଗୋଷ୍ଠୀ ମହିଳା ହକି ଦଳରେ ଓଡିଶାରୁ ୪ ଜଣ

MAP-11ଚଳିତ ମାସ ଶେଷ ଆଡକୁ ଇଂଲଣ୍ଡର ଗ୍ଲାସଗୋ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଲାଗି ହକି ଇଣ୍ଡିଆ ବୁଧବାର ୧୬ ଜଣିଆ ମହିଳା ଦଳ ଘୋଷଣା କରିଛି । ଏଥିରୁ ଓଡିଶାରୁ ୪ ଜଣ ସ୍ଥାନ ପାଇଛନ୍ତି । ଜାତୀୟ ଦଳରେ ସ୍ଥାନ ପାଇଥିବା ୪ ଜଣ ଓଡିଆ ମହିଳା ହେଲେ ଦୀପ୍ ଗ୍ରେସ୍ ଏକ୍କା,ନମିତା ଟପ୍ପୋ(ରକ୍ଷଣ ଭାଗ),ଲିଳିମା ମିଞ୍ଜ(ମଧ୍ୟଭାଗ),ଅନୁପା ବାର୍ଲା(ଅଗ୍ରଭାଗ ଖେଳାଳି) । ଦୀପ୍ ଗ୍ରେସ୍ ଙ୍କର ୫୭ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ଥିବାବେଳେ ନମିତା ୪୬,ଲିଳିମା ୨୮ ଓ ଅନୁପା ୩୩ଟି ଆନ୍ତର୍ଜାତୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ଵ କରି ସାରିଛନ୍ତି । ବୁଧବାର ହକି ଇଣ୍ଡିଆର ବରିଷ୍ଠ ଚୟନକର୍ତ୍ତା ବିପି ଗୋବିନ୍ଦ ,ହରବିନ୍ଦର ସିଂହ, ସୁରିନ୍ଦର କୌର,ବିଦେଶୀ ବିଶେଷଜ୍ଞ ରୋଲାଣ୍ଟ ଆଲଟମାସ ତଥା ମୁଖ୍ୟ କୋଚ୍ ନିଲ ହଗୁତ ଓ ପରାମର୍ଶଦାତା ମାଥ୍ୟୁ ଟ୍ରେଡ୍ରିଆ ଏକ ବୈଠକରେ ମିଳିତ ହୋଇ ଦଳ ଘୋଷଣା କରିଥିଲେ ।

Share in top social networks!