ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ସାକ୍ଷାତ

IMG_2049
ଶିଳ୍ପ,ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀଙ୍କ ସହ ସାକ୍ଷାତ କରି ଭୁବନେଶ୍ଵର ଠାରେ ଶିକ୍ଷା ସମ୍ବନ୍ଧୀୟ ଯୋଜନା ଓ ପ୍ରଶାସନର ଜାତୀୟ ବିଶ୍ୱବିଦ୍ୟାଳୟ(NUEPA)ର ଏକ ସମ୍ପ୍ରସାରିତ କେନ୍ଦ୍ର ପ୍ରତିଷ୍ଠା ତଥା ରାଜ୍ୟରେ ଗଣଶିକ୍ଷର ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସବିଶେଷ ଆଲୋଚନା କରିଥିଲେ । ରାଜ୍ୟ ସରକାର NUEPA (nationl university of educational planning and administration)ର ଏକ extention center ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଯାହାଫଳରେ କି ଏହା ପୂର୍ବ ଭାରତରେ ଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ । କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ,ସର୍ବଶିକ୍ଷ ଅଭିଯାନ ପାଇଁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତାକୁ ୬୫%ରୁ ୭୫%କୁ ବୃଦ୍ଧି କରିବା ଆବଶ୍ୟକ ରହିଛି । ସେହିପରି ତ୍ରୟୋଦଶ ଅର୍ଥ କମିଶନ ରାଜ୍ୟ ପାଇଁ ଚଳିତ ବର୍ଷ ପାଇଁ ବରାଦ କରିଥିବା ଅର୍ଥକୁ ଶୀଘ୍ର ଯୋଗାଇଦେବା ସହିତ ୨୦୧୨-୧୩ ମସିହାରେ ୨୦୪କୋଟି ଟଙ୍କା ମଧ୍ୟ ପ୍ରଦାନ କରିବାକୁ କହିଛନ୍ତି । ଓଡିଶାରେ ମଦ୍ରାସାଗୁଡ଼ିକର ଆଧୁନିକରଣ ପାଇଁ IDMI ଯୋଜନା ବାବଦରେ ୧୦,୮୮,୭୨,୪୦୦ ଟଙ୍କା ଯୋଗାଇଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଠାରେ ଶ୍ରୀ ମିଶ୍ର ଦାବି ଜଣାଇଛନ୍ତି । ଏହି ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ସଚିବ,ଅତିରିକ୍ତ ସଚିବ ପ୍ରଭୃତି ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କର ଗଣଶିକ୍ଷା ସଚିବ ଶ୍ରୀମତୀ ଊଷା ପାଢୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!