ପ୍ରାଥମିକ ସ୍କୁଲମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରୋଷେଇ ଘର କାର୍ଯ୍ୟ ଶେଷ କର-ମାନବାଧିକାର କମିଶନ

MAP-14
ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟରେ ୧୦ହଜାରରୁ ଅଧିକ ପ୍ରାଥମିକ ସ୍କୁଲରେ ରୋଷେଇ ଘ୍ରାଣ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏସବୁ ରୋଷେଇ ଘର ନିର୍ମାଣ ଜରୁରୀ ବୋଲି କମିଶନ ମତ ଦେବା ସହ ଏହି ମାମଲାର ବିଚାର ଶେଷ କରିଛନ୍ତି । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ଗତବର୍ଷ ଅଗଷ୍ଟ ୨୬ତାରିଖରେ ଅଭିଯୋଗ କରିଥିଲେ ଯେ,ରୋଷେଇ ଘର ନଥିବା ବିଦ୍ୟାଳୟରେ ଖୋଲାସ୍ଥାନରେ,ଗଛମୂଳେ ଓ ଅନ୍ୟ ଅସ୍ଵାସ୍ଥ୍ୟକର ପରିବେଶରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରନ୍ଧାଯାଉଛି । ଏହା ଯୋଗୁଁ ଦୂଷିତ ଖାଦ୍ୟଖଇ ପିଲାମାନେ ବାରମ୍ବାର ଅସୁସ୍ଥ ହେଇଛନ୍ତି । ସେହିଅନୁସାରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ରାଜ୍ୟ ନୋଡାଲ ଅଫିସର କମିଶନଙ୍କ ନିକଟରେ ସ୍ଵୀକାର କରିଥିଲେ ଯେ,ଅର୍ଥାଭାବ ଯୋଗୁଁ ୧୦.୯୩୦ ସ୍କୁଲରେ ଏବେବି ରୋଷେଇ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନହିଁ । ତେଣୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ର୍ଜୀ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ କମିଶନଙ୍କ ନିକଟରେ ନିବେଦନ କରିଥିଲେ । କମିଶନ ଏହାକୁ ଗ୍ରହଣ କରିଛନ୍ତି ଓ ସ୍କୁଲପିଲାମାନଙ୍କ ସ୍ଵାର୍ଥଦୃଷ୍ଟିରୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବାକି ସ୍କୁଲରେ ରୋଷେଇ ଘର ନିର୍ମାଣ କରିବା ଲଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!