ବଲାଙ୍ଗିର ଓ ଟିଟିଲାଗଡ ପୌର ପରିଷଦ ବିଜେଡ଼ି ଦଖଲରେ

51307
ବିଜୁ ଜନତା ଦଳ ପୁଣି ଥରେ ନିଜର ବିଜୟ ଅଭିଯାନ ଅବ୍ୟାହତ ରଖିଛି । ବଲାଙ୍ଗିର ଓ ଟିଟିଲାଗଡ ପୌରପରିଷଦ ନିର୍ବାଚନରେ ବିଜେଡି ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଛି ।ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ ପୌର ନିର୍ବାଚନରେ ବିଜେଡି ମୋଟ ୧୫ଟି ସିଟ ପାଇଁ ଲଢିଥିଲା, ସେହିମଧ୍ୟରୁ ୧୨ଟି ସିଟ ପାଇ ବିଜୟ ଲାଭ କରିଛି ସେହିଭଳି ବଲାଙ୍ଗିର ପୌର ନିର୍ବାଚନରେ ମୋଟ ୨୧ଟି ସିଟ ମଧ୍ୟରୁ ୧୧ଟିରେ ବିଜୟ ଲାଭ କରିଛି । ଗତ କାଲି ହୋଇଥିବା ବଲଙ୍ଗିର ପୌର ନିର୍ବାଚନରେ ମୋଟ ୫୨ପ୍ରତିଶତ ମତଦାନ ହୋଇଥିଲା । ମୋଟ ୭୧ଟି ବୁଥ ରେ ଏହିମତଦାନ ହୋଇଥିଲା,ଏଥିରେ ମୋଟ ୮୨,୦୦୨ ଜଣ ଭୋଟରଙ୍କ ମଧ୍ୟରୁ ୪୨,୭୩୯ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ସେହିପରି ଟିଟିଲାଗଡ ପୌର ନିର୍ବାଚନରେ ୫୮.୩୩ପ୍ରତିଶତ ମତଦାନ ହୋଇଥିଲା ବୋଲି ବିଶେଷ ସୂତ୍ରରୁ ପ୍ରକାଶ

Share in top social networks!