ଆଳୁ ଓ ପିଆଜର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ସଜାଗ ଅଛନ୍ତି – ଯୋଗାଣ ମନ୍ତ୍ରୀ ଶ୍ରୀ ଦାସବର୍ମା

download (1)ଆଳୁ ଓ ପିଆଜର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଜିବା ସହ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି। ଆଲୁର ପାଇକାରୀ ଦର ଓ ଖୁଚୁରମୂଲ୍ୟ ମଧ୍ୟରେ ବ୍ୟବଧାନ ଟ.୨.୫୦ ରୁ ଟ.୩.୦୦ ଓ ପିଆଜର ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ବ୍ୟବଧାନ ଟ.୩.୫୦ ରୁ ୪ ଟଙ୍କା ମଧ୍ୟରେ ରହିବ ବୋଲି ଯୋଗାଣ ବିଭାଗ ସ୍ଥିର କରିଛି । ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ବାହାରେ ଯଦି କୌଣସି ବ୍ୟବସାୟୀ ଚଢାଦରରେ ବିକ୍ରି କରନ୍ତି ସେମାନଙ୍କ ବିରୋଧରେ ତତକ୍ଷଣାତ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ଆଜି ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଳୁ ଓ ପିଆଜ ତଥା ପନିପରିବା ର ମୂଲ୍ୟ ଦିନକୁ ଦିନ ବଢି ଚାଲିଥିବାବେଳେ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ପାଇକାରୀ ମୂଲ୍ୟ ଓ ଖୁଚୁରା ମୂଲ୍ୟ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ସ୍ଥିର ହେବା ସହ ମହଜୁଦକାରୀ ମାନେ ଯେପରି ମହଜୁଦ ରଖି ଚଢାଦରରେ ମାର୍କେଟକୁ ନ ଛାଡିପାରିବେ ସେଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବ । ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ଗେଟରେ ନାସିକ,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ପନିପରିବା ଓ ଫଳ ବୋଝେଇ ଗାଡିରୁ ଅସୁଲ ହେଉଥିବା ୧ ପ୍ରତିଶତ ଟ୍ୟାକ୍ସ ଉଚ୍ଛେଦ କରିବାକୁ ପଦକ୍ଷେପ ନିଆଯିବ । ତେବେ ରାଜ୍ୟରେ ଉଦ୍ୟାନକୃଷି ର ସ୍ଥିତି ଉତ୍ତମ ଅଛି ଓ ଷ୍ଟୋରେଜର ଭାବ ହେତୁ ଏହାର ବେନିୟମ ରପ୍ତାନି ହେଉଛି ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ କହିଥିଲେ । ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ହ୍ରାସ ଓ ନାସିକ ରେ ପିଆଜ ଉତ୍ପାଦନ ହ୍ରାସ ଯୋଗୁଁ ଆଳୁ,ପିଆଜ ର ଦରବୃଦ୍ଧି ହୋଇଛି ବୋଲି ଯୋଗାଣ ସଚିବ ସୁଚାଇଥିଲେ । ଏହି ସମୀକ୍ଷା ବୈଠକରେ କୃଷି ବିଭାଗର ସଚିବ ରାଜେଶ ବର୍ମା,ସମବାୟ ସଚିବ ବିଷ୍ଣୁପଦ ସେଠୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ସଂଜୀବ ଚଢା ,ଯୋଗାଣ ସଚିବ ଶ୍ରୀ ମଧୁସୂଦନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!