ପାଞ୍ଚ ନମ୍ବର ଜାତୀୟ ଜଳମାର୍ଗ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ

odisha-map8
 ଅନ୍ତର୍ଦ୍ଦେଶୀୟ ଜଳମାର୍ଗର ବିକାଶ ନିମିତ୍ତ କେନ୍ଦ୍ର ସରକାର ତା ୧୮-୧୧-୨୦୦୮ ରିଖରେ ପାର୍ଲାମେଣ୍ଟ ରେ ରାଷ୍ଟ୍ରୀୟ ଜଳମାର୍ଗ (ନଦୀ ସମୂହର ତାଳଚେର –ଧାମରା ଖଣ୍ଡ,ପୂର୍ବତଟ କେନାଲର ଜିଓଁଖାଲ –ଚାରବାଟିଆ ଖଣ୍ଡ,ମତାଇ ନଦୀ ଏବଂ ମହାନଦୀ ତ୍ରିକୋଣଭୂମୀ ନଦୀର ଚାରବାଟିଆ-ଧାମରା ଖଣ୍ଡ) ଅଧିନିୟମ , ୨୦୦୮ ପାରିତ କରାଇଛନ୍ତି । ଯାହାକି ପାଞ୍ଚ ନମ୍ବର ଜାତୀୟ ଜଳମାର୍ଗ ଅଟେ ।
 ଜଳମାର୍ଗରେ ପଣ୍ୟ ପରିବହନ ନିମନ୍ତେ ଭାରତୀୟ ଜଳମାର୍ଗ ପ୍ରାଧିକରଣ ଏହି ପ୍ରକଳ୍ପଟିକୁ ଅର୍ଥନୈତିକ ଭାବେ ସର୍ବୋତ୍ତମ ବିବେଚନା କରିଛନ୍ତି ଏବଂ ନିମ୍ନମତେ ଦୁଇଟି ପର୍ଯ୍ୟାୟ ରେ ଉନ୍ନୟନ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା କରାଯାଇଛି ।
(କ) ପ୍ରଥମ ପର୍ଯ୍ୟାୟ ୨୦୧କିମି : ଜୋକୋଡିଆ/ପଙ୍କପାଳ(କଳିଙ୍ଗନଗର)ଠାରୁ
ଧାମରା ଏବଂ ପାରାଦୀପ ବନ୍ଦର ପର୍ଯ୍ୟନ୍ତ
ଜଳଖଣ୍ଡ
(ଖ) ଦ୍ଵିତୀୟ ପର୍ଯ୍ୟାୟ ୧୩୧ କିମି :ତାଳଚେର ଠାରୁ ଜୋକଡିଆ/ପଙ୍କପାଳ (କଳିଙ୍ଗନଗର ) ପର୍ଯ୍ୟନ୍ତ ଜଳଖଣ୍ଡ
 ଭାରତୀୟ ଜଳମାର୍ଗ ପ୍ରାଧିକରଣ ବୁଝାମଣାପତ୍ର ସ୍ଵାକ୍ଷର ହେବାର ପାଞ୍ଚମାସ ମଧ୍ୟରେ ପ୍ରକଳ୍ପ ପରିଯୋଜନା ପ୍ରସ୍ତୁତ କରିବେ ଏବଂ ପ୍ରକଳ୍ପ ବ୍ୟୟ ଅଟକଳ ର ମଞ୍ଜୁରୀ ଆହରଣ କରିବେ ଏବଂ ତାହାର ୩ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବେ ।
 ପ୍ରଥମ ପର୍ଯ୍ୟାୟରେ ଜୋକୋଡିଆ/ପଙ୍କପାଳ(କଳିଙ୍ଗନଗର)ଠାରୁ ଧାମରା ଏବଂ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଜଳଖଣ୍ଡ ର ଉନ୍ନୟନ ନିମନ୍ତେ ଆଜି ଭାରତୀୟ ଜଳମାର୍ଗ ପ୍ରାଧିକରଣ ,ରାଜ୍ୟସରକାର ,ପାରାଦୀପ ବନ୍ଦର ନ୍ୟାସ ଏବଂ ଧାମରା ବନ୍ଦର କମ୍ପାନୀ ଲିମିଟେଡ୍ ଙ୍କ ମଧ୍ୟରେ ବୁଝାମଣା ପାତ୍ର ସ୍ଵାକ୍ଷରିତ ହୋଇଛି ।
 ଭାରତୀୟ ଜଳମାର୍ଗ ପ୍ରାଧିକରଣ ଭାରତ ସରକାରଙ୍କ ଆର୍ଥିକ ସହାୟତା ଦ୍ଵାରା ଜଳମାର୍ଗର ଉନ୍ନୟନ ନିମନ୍ତେ ଡ୍ରେଜିଙ୍ଗ,ୱେରରମରାମତି/ପୁନଃନିର୍ମାଣ,ନୌପରିବହନ ଲକ୍ ଏବଂ ନୌପରିବନହନ ଉପଯୋଗୀ ସହାୟକ ଯନ୍ତ୍ରପାତି ସ୍ଥାପନ କରିବା ଇତ୍ୟାଦି ନିମନ୍ତେ ପଦକ୍ଷେପ ନେବେ ।
 ପାରାଦୀପ ବନ୍ଦର ନ୍ୟାସ ଏବଂ ଧାମରା ବନ୍ଦର କମ୍ପାନୀ ଲିମିଟେଡ ତାଙ୍କର ବନ୍ଦର ପରିସରରେ ନିଜସ୍ୱ ପ୍ରାନ୍ତିକ ସୁବିଧା ଉନ୍ନୟନ କରିବେ ଏବଂ ସେଠାରେ ପଣ୍ୟ ବୋଝେଇ ଓ ଖଲାସ ବ୍ୟବସ୍ଥାର ପ୍ରବର୍ତ୍ତନ ,ରକ୍ଷଣାବେକ୍ଷଣ ଓ ପରିଚାଳନା କରିବେ ।
 ଏହି ପ୍ରକଳ୍ପ ୩ ବର୍ଷରେ ଶେଷକରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
 ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ପାରାଦୀପ ଓ ଧାମରା ବନ୍ଦର ମଧ୍ୟରେ ବିନା ପ୍ରତିବନ୍ଧକରେ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ସୁବିଧା ହୋଇପାରିବ ।
 ଜଳମାର୍ଗରେ ପଣ୍ୟ ପରିବହନ ସ୍ୱଳ୍ପ ଖର୍ଚ୍ଚରେ ଏବଂ ପରିବେଶ ଅନୁକୂଳ ହେବା ସହିତ ପ୍ରଚଳିତ ସ୍ଥଳ ଓ ରେଳ ପରିବହନ ବ୍ୟବସ୍ଥା ଉପରୁ ଚାପ କମ କରିବାରେ ସହାୟକ ହେବ ।

Share in top social networks!