ଏମ.ବି.ବି.ଏସ୍/ବି.ଡି.ଏସ୍ ନାମଲେଖା ଆରମ୍ଭ

MAP-10
ଡାକ୍ତରୀ ଶିକ୍ଷା ଏମ୍.ବି.ବି.ଏସ୍ ଏବଂ ବି.ଡି.ଏସ୍ ରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ସରିଛି । ଆଜି ସନ୍ଧ୍ୟାସୁଦ୍ଧା ଡି.ଏମ୍.ଇ.ଟି ଓଡିଶାଙ୍କ ୱେବସାଇଟ ରେ ମେରିଟ ଲିଷ୍ଟ ଏବଂ ବିଭିନ୍ନ ମେଡିକାଲ କଲେଜରେ ଉପଲବ୍ଧ ସିଟ ସମ୍ପର୍କରେ ସୂଚନା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ରାତ୍ର ୧୦ ଘଣ୍ଟା ମଧ୍ୟରେ ସେମାନଙ୍କର ଚଏସ ଲକିଂ କରିପାରିବେ । ତା ୨.୭.୨୦୧୪ସକାଳ ୬ଘଣ୍ଟା ଠାରୁ ସିଟ ଆଲଟମେଣ୍ଟ ଲେଟର ଡାଉନଲୋଡ କରି ୩ତାରିଖ ସୁଦ୍ଧା ନାମଲେଖାଇ ପାରିବେ ବୋଲି ଯୁଗ୍ମ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାଃ ଉମାକାନ୍ତ ଶତପଥିଙ୍କ ଠାରୁ ପ୍ରକାଶ । ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରଥମ ଥର ଲାଗି ଡି.ଏମ୍.ଇ.ଡିଙ୍କ ଦ୍ଵାରା ମେଡିକାଲ ନାମଲେଖା କାଉନସେଲିଂ କରାଯାଇଛି । ଗତ ୨୪ଓ ୨୫ ତାରିଖ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ଅନଲାଇନରେ ରେଜିଷ୍ଟ୍ରେସନ କଲାପରେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଟି ଯାକ ମେଡିକାଲ କଲେଜରେ ଡକୁମେଣ୍ଟ ଭେରିଫିକେସନ ଅନୁଷ୍ଠିତ ହୋଇଥିଲା । ମୋଟ ୨୦୧୪ ଜଣଙ୍କ ମଧ୍ୟରୁ ୧୨୭୪ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୩ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସାରିବା ପରେ ଯଦି କୌଣସି ସିଟ ବଳେ,ତାହାହେଲେ ଜୁଲାଇ ମାସ ଶେଷ ସୁଦ୍ଧା ୨ୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ୩ୟ ପର୍ଯ୍ୟାୟ କାଉନସେଲିଂ କରାଯିବ ଏବଂ ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ ହେବ ।

Share in top social networks!