ସୁଦର୍ଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

51120ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନିକଟରେ ଆମେରିକାର ଆଟଲାଣ୍ଟା ସହରରେ ଅନୁଷ୍ଠିତ ବାଲୁକା କଳା-୨୦୧୪ ବିଶ୍ଵକପ୍ ପ୍ରତିଯୋଗୀତା ସୁଦର୍ଶନ ‘ପିପୁଲସ ଚଏସ ଆୱାର୍ଡ’ ପାଇଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଶ୍ଵ ବାଲୁକା କଳା ଜଗତରେ ସୁଦର୍ଶନ ଆଜି ଏକ ପ୍ରତିଷ୍ଠିତ ନାମ । ଆନ୍ତର୍ଜାତିକ ସ୍ତରରେ ସେ ନିଜର ଯାଦୁକରୀ କଳା ପାଇଁ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କର ପ୍ରତିଭା ଓ ସଫଳତା ଦ୍ଵାରା ସେ ଓଡିଶାର କଳା ଓ ସଂସ୍କୃତିକୁ ବିଶ୍ଵ ସ୍ତରରେ ପରିଚିତ କରାଇ ପାରିଛନ୍ତି । ଆଗାମୀ ଦିନରେ ସେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share in top social networks!