ମୁମ୍ବାଇ ରଥଯାତ୍ରା ପାଳିତ ; ବହୁ ଭକ୍ତଙ୍କ ସମାଗମ

photo Mumbai Rathayatraମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ବିଶ୍ଵର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଯାତ୍ରା ମାୟାନଗରୀ ମୁମ୍ବାଇର ସାକିନିକା ଠାରେ ଥିବା ବହୁ ପ୍ରାଚୀନ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଯାଇଛି। ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡିଆଙ୍କ ସହ ଅଣଓଡିଆ ଭକ୍ତମାନେ ହଜାରହଜାର ସଂଖ୍ୟାରେ ଏକତ୍ରିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବାର ଦେଖାଦେଇଥିଲା । ଏହି ପବିତ୍ର ରଥଯାତ୍ରା ରେ ସାକାନିକା ଶ୍ରୀ ଜଗନ୍ନାଥ ସେବା ମଣ୍ଡଳ ଭକ୍ତଙ୍କ ସହ ବହୁ ଓଡିଆ ସ୍ଵେଚ୍ଛାସେବୀ ସଂସ୍ଥା ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ । ଏହି ପବିତ୍ର ରଥଯାତ୍ରାରେ ପ୍ରବାସୀ ଓଡିଆଙ୍କ ବହୁଳ ସମାଗମ ପାଇଁ ମୁମ୍ବାଇରୁ ପ୍ରକାଶିତ ସର୍ବପ୍ରଥମ ଓଡିଆ ପତ୍ରିକା “ନୀଳମଣି” ପତ୍ରିକାର ସମ୍ପାଦକ ଡଃ ବିଜୟ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!