ମାନସ ମହାପାତ୍ର ହେଲେ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ

MAP-15
ଆଇନଜୀବୀ ମାନସ ମହାପାତ୍ର ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀ ଦେବଦତ୍ତ ମିଶ୍ର କାଉନସିଲର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ବାର କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ଆଇନଜୀବୀ ଦେବୀପ୍ରସାଦ ଧଳ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ବାର କାଉନସିଲକୁ ଲଗାତର ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇ ଏଥର ଅଧ୍ୟକ୍ଷ ହୋଇଥିବା ଶ୍ରୀ ମହାପାତ୍ର ୧୯୭୮ରୁ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଆଜି ନବଗଠିତ ରାଜ୍ୟ ବାର କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

Share in top social networks!