ଓଡିଶା ବରିଷ୍ଠ ବିଜେଡ଼ି ନେତା ଅନଙ୍ଗ ଉଦୟ ସିଂହଦେଓ ଓ ଭୁପିନ୍ଦର ସିଂ ରାଜ୍ୟସଭାକୁ ନିର୍ଦ୍ଵନ୍ଦରେ ନିର୍ବାଚିତ

51150କେହି ବିରୋଧୀ ପ୍ରତିଦ୍ଵନ୍ଦୀ ନ ଥିବାରୁ ଓଡିଶା ବରିଷ୍ଠ ବିଜେଡ଼ି ନେତା ଅନଙ୍ଗ ଉଦୟ ସିଂହଦେଓ ଓ ପୂର୍ବତନ ବିରୋଧୀ ଦଳନେତା ଭୁପିନ୍ଦର ସିଂ ରାଜ୍ୟସଭାକୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟଯେ ଅନଙ୍ଗ ଉଦୟ ସିଂହଦେଓ ଓ ଭୁପିନ୍ଦର ସିଂ ଗତ ସୋମବାର ଦିନ ଦୁଇଟି ରାଜ୍ୟସଭା ସିଟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯେଉଁ ସିଟରେ କି ପୂର୍ବରୁ ଶଶିଭୂଷଣ ବେହେରା ଓ ରବିନାରାୟଣ ମହାପାତ୍ର ନିଜର ଦାୟିତ୍ଵ ତୁଲାଇଥିଲେ । ଉଭୟ ବର୍ତ୍ତମାନ ଓଡିଶା ବିଧାନସଭାର ବିଧାୟକ ଅଛନ୍ତି । ଏହି ବର୍ଷ ଏୟୁ ସିଂହଦେଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ସାଧାରଣ ନିର୍ବାଚନରେ ବଲାଙ୍ଗୀରରୁ MLA ପ୍ରାର୍ଥୀ ହେବା ଯୋଗୁଁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଶେଷରେ ସେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ପରେ ସେ ଖାଲିଥିବା ଶ୍ରୀ ମହାପାତ୍ରଙ୍କ ସିଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ,ପ୍ରକାଶ ପାଉକି ଶ୍ରୀ ମହାପାତ୍ର ୨୦୧୨ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ ୪ ବର୍ଷ କାର୍ଯ୍ୟକାଳ ରହିଛି । ଭୁପିନ୍ଦର ସିଂ ଖାଲିଥିବା ଶ୍ରୀ ବେହେରାଙ୍କ ସିଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ,ଯିଏକି ୨୦୧୦ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ କାର୍ଯ୍ୟକାଳ ୨ ବର୍ଷ ରହିଛି । ଏହି ଦୁଇଜଣ ପ୍ରାର୍ଥୀ ପୂର୍ବରୁ ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ସଂସଦୀୟବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ଓ ବିଜେଡ଼ିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Share in top social networks!