ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

tn_26-6-2014=1ରାଜ୍ୟର ବିଭିନ୍ନ କର୍ମଚାରୀ ସଂଘ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ପହଞ୍ଚିବା ପରେ କର୍ମଚାରୀ ସଂଗଠନ ର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୬୦ବର୍ଷକୁ ଅବସର ସୀମା ବୃଦ୍ଧି ପାଇଁ ଧନ୍ୟବାଦ ଦେଇଥିଲେ । ସଚିବାଳୟ କର୍ମଚାରୀ ସେବାସଂଘ ,ଓଡିଶା ସୂଚନା ସେବା ସଂଘ,ଷ୍ଟେନୋସଂଘ, ପିଏ ଓ ପ୍ରାଇଭେଟ ସେକ୍ରେଟେରୀ ସଂଘ,ଅଡିଟର ସଂଘ, ଟାଇପିଷ୍ଟ ସଂଘ,ଡାଟା ଏଣ୍ଟ୍ରି ଅପରେଟର ସଂଘ,ମୁଖ୍ୟ ଦପ୍ତର କର୍ମଚାରୀ ସଂଘ,ସଚିବାଳୟ ନିମ୍ନ ବେତନକାରୀ କର୍ମଚାରୀ ସେବାସଂଘ ଓ ଅନ୍ୟାନ୍ୟ ସଂଘ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।

Share in top social networks!