ଅବସର ବୟସ ବୃଦ୍ଧି ପାଇଁ ଓଡିଶା ସୂଚନା ସେବା ସଂଘର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

tn_26-6-2014=1ଓଡିଶା ସରକାରୀ କର୍ମଚାରୀ ଙ୍କ ଅବସର ବୟସ ୬୦ ବର୍ଷକୁ ବୃଦ୍ଧି ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତିମାସ ହଜାର ହଜାର ସଂଖ୍ୟାରେ ସରକାରୀ କର୍ମଚାରୀ ଅବସର ଗ୍ରହଣ ଯୋଗୁଁ ସରକାରୀ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇପାରୁ ନ ଥିଲା । ଅବସର ବୟସ ବୃଦ୍ଧି ଯୋଗୁଁ ରାଜ୍ୟବାସୀ ଅଭିଜ୍ଞ କର୍ମଚାରୀ ମାନଙ୍କ ସେବା ପାଇବା ସହିତ ସମସ୍ତ ସରକାରୀ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପରିବ ବୋଲି ଓଡିଶା ସୂଚନା ସେବା ସଂଘ ଉପଲବ୍ଧି କରୁଛି । ଆଜି ପୂର୍ବାହ୍ନରେ ସଂଘର ସଭାପତି ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି,ଉପସଭାପତି ଶ୍ରୀ ହେମନ୍ତ କୁମାର ନାୟକ,ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପତି,ଯୁଗ୍ମ ସମ୍ପାଦକ ଶ୍ରୀ ଉମାକାନ୍ତ ମହାପାତ୍ର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ,ଶ୍ରୀ ସୁକାନ୍ତ କୁମାର ପଣ୍ଡା ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଚିବାଳୟ ପ୍ରବେଶ ପଥରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଓଡିଶା ସୂଚନା ସେବା କ୍ୟାଡରରେ ଖାଲିଥିବା ପଦବୀ ଗୁଡିକ ଯଥାଶୀଘ୍ର ପୂର୍ଣା ହେବ ବୋଲି କର୍ମକର୍ତ୍ତା ମାନେ ପୂର୍ଣ୍ଣ ଆଶା ପ୍ରକଟ କରିଛନ୍ତି ।

Share in top social networks!