ବିଜୟ ପଟ୍ଟନାୟକ ହେବେ ମାନବାଧିକାର କମିସନ ସଦସ୍ୟ

51120
ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମାନବାଧିକାର କମିସନର ସଦସ୍ୟ ହେବେ । ମୁଖ୍ୟମନ୍ତ୍ରୀ,ରାଜ୍ୟ ବିଧାନସଭାର ବାଚସ୍ପତି ଓ ବିରୋଧିଦଳର ନେତାଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି,ଆଜି ସର୍ବସମ୍ମତି କ୍ରମେ କମିସନ ସଦସ୍ୟପଦ ପାଇଁ ଶ୍ରୀ ବିଜୟ କୁମାର ପଟ୍ଟନାୟକଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏବେ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗର ଅଧ୍ୟକ୍ଷ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି । ଶ୍ରୀ ପଟ୍ଟନାୟକ ଦାୟିତ୍ଵ ଗ୍ରହଣ କରିବା ପରେ ହିଁ କମିସନ ‘ଜଣକିଆ’ରୁ ‘ଦୁଇ ଜଣକିଆ’ହେବ ।

Share in top social networks!