ରାଜ୍ୟର ପ୍ରତି ପଞ୍ଚାୟତରେ ଆର.ଆଇ.ସର୍କଲ ଖୋଲିବା ପାଇଁ ସରକାର ଲକ୍ଷ୍ୟ ରହିଛି –ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରତି ପଞ୍ଚାୟତରେ ରେଭେନ୍ୟୁ ଇନ୍ସପେକ୍ଟର ସର୍କଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଆଜି ବ୍ରହ୍ମପୁର ଠାରେ ନନ୍-ଗେଜେଟେଡ୍ ଅଫିସର ମାନଙ୍କ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଲୋକୋଙ୍କୁ ଉତ୍ତମ ସେବା ଯୋଗାଇଦେବା ଉପରେ ସରକାର ଗୁରୁତ୍ଵ ଦେଇ କାର୍ଯ୍ୟ କରୁଛନ୍ତି |ରାଜ୍ୟରେ ପ୍ରତି ବ୍ଲକ ରେ ତହସିଲ ଖୋଲିବା ପରେ ରାଜ୍ୟରେ ଆର.ଆଇ ସର୍କଲ ସଂଖ୍ୟା ୨୦୬ ରୁ ୬୨୩୪ କୁ ବୃଦ୍ଧି କରିବା ପାଇଁ ସରକାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ |

ଜମିବାଡି ରେକର୍ଡ ପତ୍ର କାର୍ଯ୍ୟ ଅଧିକ ସ୍ଵଚ୍ଛ କରିବା ପାଇଁ ସମ୍ପୂର୍ଣ କମ୍ପୁଟରୀ କରଣ କରାଯିବା ସହିତ ଜମି ନକ୍ସାର ମଧ୍ୟ ଡିଜିଟାଲାଇଜେସନ କରାଯାଉଛି |ଆଗାମୀ ଜାନୁୟାରୀ ମାସରୁ ଜନସେବା ଅଧିକାର ଆଇନ କାର୍ଯ୍ୟକାରୀ ହେବାକୁ ଯାଉଥିବା ରୁ ଏହି ଆଇନର ଲକ୍ଷ୍ୟ ପୂରଣ ପାଇଁ ଅଧିକ ଦକ୍ଷ ତଥା ଉତ୍ତରଦାୟୀ ଭାବରେ କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଦାରିଦ୍ର ନିରାକରଣ କାର୍ଯ୍ୟକ୍ରମ ଯଥା ମୋକୁଡିଆ ବସୁନ୍ଧରା ଆଦି ସଫଳ କାର୍ଯ୍ୟ କାରିତା ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ଗୁରୁତ୍ଵ ଆରୋପ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ରାଜସ୍ଵ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଜିଲ୍ଲାର ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ |

tn_23-12-2012=5ଅପରାହନ୍ନ ରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବେଳାଭୂମି ମୋହୋଶ୍ଚବ ର ମଧ୍ୟ ଉଦ୍ଘାଟନ କରିଥିଲେ | ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ମହାନ ସଂସ୍କୃତିକ ପରମ୍ପରା ର ଉଚ ପ୍ରଶଂସା କରିବା ସହିତ ଏହାର ସୁରକ୍ଷା ଓ ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଗୋପାଳପୁର ବେଳାଭୂମିର କ୍ଷୟ ରୋକିବା ପାଇଁ ବୈଜ୍ଞାନିକ ସର୍ଭେ ଚାଲିଛି ଏବଂ ଏପ୍ରିଲ ସୁଧା ଏହି ରିପୋର୍ଟ ମିଳିବା ପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ | ସେହିପରି ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ରେ ଗୋପାଳପୁର କୁ ଅନ୍ତର୍ଭୁକ୍ତ କରାଯାଇଛି | ଏବଂ ସ୍ଥାନୀୟ ମଶ୍ଚଜୀବୀ ମାନଙ୍କୁ ତାଲିମ୍ ଦିଆଯାଇ ପରିବେଶ ପର୍ଯ୍ୟଟନ ବିକାଶ କରାଯିବ | ତା ସହିତ ଅଲିଭ୍ ରିଡ୍ଲେ କଇଁଛ ଆଗମନ ସମୟରେ ମଶ୍ଚଜୀବୀ ମାନଙ୍କୁ ବିକଳ୍ପ ଜୀବିକା ଯୋଗାଇ ଦେବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ |

ଏହି ଗ୍ରସ୍ତ ରେ ଅବସର ରେ ମୁଖ୍ୟମନ୍ତ୍ରୀ ଧରାକୋଟ ଠାରେ ନୂଆ ତହସିଲ କୋଠା ଓ ଭରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହ ଉଦ୍ଘାଟନ କରିଥିଲେ |ପରେ ମୁଖ୍ୟମନ୍ତ୍ରୀ ଋଷିକୁଲ୍ୟା ନଦୀ ଉପରେ ଝାଗଡଇ-ଜାହଡା ରାସ୍ତା ରେ ହାଇ ଲେବେଲ୍ ବ୍ରିଜ ର ଶିଳାନ୍ୟାସ କରିଥିଲେ | ଗୋପାଳପୁର ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ପିଇବା ପଣି ପାଇପ୍ ଲାଇନ ଏବଂ ବକ୍ସିପାଲି-ଧର୍ମପୁର-ଗୋପାଳପୁର ରାସ୍ତା ପ୍ରକଳ୍ପ ର ମଧ୍ୟ ଶିଳାନ୍ୟାସ କରିଥିଲେ |

Share in top social networks!