ଅବସର ବୟସ ୬୦ହେଲା

51113
ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର କର୍ମଚାରୀମାନଙ୍କ ଅବସର ବୟସ ୬୦ ବର୍ଷକୁ ବୃଦ୍ଧି କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସେବା ଅଧିକାରୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଅବସର ବୟସସୀମା ୬୦ବର୍ଷ ଥିବାବେଳେ ଇତିମଧ୍ୟରେ ରାଜ୍ୟ ସରକାର ଡାକ୍ତରଙ୍କ ବୟସସୀମା ୬୨କୁ ବୃଦ୍ଧି କରିଛନ୍ତି ।

Share in top social networks!