ବେଦନ୍ତରେ ବିଶ୍ଵର ପ୍ରଥମ ସିମେଣ୍ଟ ବିହୀନ ଗ୍ରୀନ୍ କଂକ୍ରିଟ

unnamedଲାଞ୍ଜିଗଡ ଠାରେ ବେଦାନ୍ତ ଆଲୁମିନା ସ୍ଥାପନ ହେବାପର ଠାରୁ ବକ୍ସାଇଟ୍ ରିଫାଇନେରୀ ବ୍ୟତୀତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅନେକ କାର୍ଯ୍ୟକ୍ରମ ଜାରି ରଖିଛି । ସେଥିମଧ୍ୟରୁ ରେଡମେଡ୍ ପାଉଡର ପ୍ରକ୍ରିୟାକରଣ ,ବାୟୋଗ୍ୟାସ ପ୍ରକଳ୍ପ ସ୍ଥାପନ କରିଛି । ଏହି ପ୍ରକଳ୍ପ ଗୁଡିକର ସଫଳତା ପରେ ଏବେ କମ୍ପାନୀ ଉତ୍ସାହିତ ହୋଇ ସିମେଣ୍ଟକୁ ବ୍ୟବହାର ନ କରି ଯୋଡେଇ ଓ କଂକ୍ରିଟ ପାଇଁ ଗ୍ରୀନ୍ ସିମେଣ୍ଟ ଉଦ୍ଭାବନ କରିଛି । କମ୍ପାନୀର ସିଇଓ ଡ.ମୁକେଶ କୁମାରଙ୍କ ନେତୃତ୍ଵରେ ଏକ ବୈଷୟିକ ଦଳ ଗତ ୩ବର୍ଷ ଧରି ଏ ଦିହରେ ଗବେଷଣା ଜାରି ରଖିଥିଲେ । ଏହାକୁ ସହାୟତା କରିଥିଲେ ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲ ଏଣ୍ଡ ମେଟେରିଆଲ ଟେକ୍ନୋଲୋଜି ଓ କାଉନ୍ସିଲ ଅଫ୍ ସାଇଣ୍ଟିଷ୍ଟ ଏଣ୍ଡ ରିସର୍ଚ୍ଚ ଲବେରୋଟୋରି । ବେଦାନ୍ତ ତରଫରୁ ଇଞ୍ଜିନିୟର ସତିଶ କୁମାର,ଭି.ରାଜୁ, ଅମିତ ସାହୁ, ସୁଜିତ ବାସା ପ୍ରମୁଖ ଏହି ପ୍ରକଳ୍ପରେ କାମ କରିଥିବାବେଳେ ୩ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଏଥିରେ ସଫଳ ହୋଇଛନ୍ତି । ଆଜି ଏକ ପ୍ରଦର୍ଶନୀ ମାଧ୍ୟମରେ ଏହାକୁ ସାର୍ବଜନୀନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମରେ ସିଇଓ ଡ.କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ପାନୀ ଦ୍ଵାରା ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି । ସେଥିମଧ୍ୟରୁ ଏହାଏକ ଦୃଢ ପଦକ୍ଷେପ ଆଉ ଏହି ଉଦ୍ଭାବନ ସାରା ବିଶ୍ଵରେ ପ୍ରଥମ ଯେଉଁଠି ଆଦୌ ସିମେଣ୍ଟର ଆବଶ୍ୟକତା ରହିବ ନାହିଁ । ଫଳରେ ସିମେଣ୍ଟ ଦ୍ଵାରା ଯୋଡେଇ ପରେ ପାଣିର ବ୍ୟବହାର କମ୍ କରିବା,ସିମେଣ୍ଟ ବ୍ୟବହାର ଦ୍ଵାରା ହେଉଥିବା ପରିବେଶ ପ୍ରଦୂଷଣ କୁ ହ୍ରାସ କରିବା ତଥା ସିମେଣ୍ଟ ଠାରୁ ଅପେକ୍ଷାକୃତ କମ୍ ଖର୍ଚ୍ଚରେ ଏହା ହୋଇପାରୁଥିବାରୁ ଆଗାମୀ ଦିନରେ ଏହାକୁ କମ୍ପାନୀର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଲଗାଇବାକୁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଏଥିରେ କମ୍ପାନୀରୁ ନିର୍ଗତ ଫ୍ଲାଏଆସ୍,କଷ୍ଟିକ୍ ସୋଡା,ଚୂନପଥରକୁ ରସାୟନିକ ପଦ୍ଧତିରେ ଜଳ ସହିତ ମିଶ୍ରଣ କରି ଏକ ସିମେଣ୍ଟ ବିହୀନ କଂକ୍ରିଟ ପ୍ରସ୍ତୁତ କରାଯାଇଛି । ଆଜି କମ୍ପାନୀ ତରଫରୁ କଣ୍ଟ୍ରୋଲ ରୁମ୍ ସାମ୍ନାରେ ପରୀକ୍ଷାମୂଳକ ଭାବେ ଏକ କଂକ୍ରିଟ ରାସ୍ତା ନିର୍ମାଣ ସହ ଏହି ଉଦ୍ଭାବନର ସଫଳତା ଘୋଷଣା କରାଯାଇଛି ।

Share in top social networks!