ଆଟଲାଣ୍ଟରେ ସୁଦର୍ଶନଙ୍କ ବାଲୁକା କଳା

images‘ଗଛ ବଞ୍ଚାଅ,ପୃଥିବୀ ବଞ୍ଚାଅ’ବାର୍ତା ସମ୍ବଳିତ ଏକ ବାଲୁକା କଳାକୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାରେ ଅନୁଷ୍ଠିତ ଏକକ ବାଲୁକା କଳା ବିଶ୍ଵ ଚାମ୍ପିଅନସିପ ପ୍ରତିଯୋଗୀତା ପାଇଁ ନିର୍ମାଣ କରିଛନ୍ତି । ଏହି ପ୍ରତିଯୋଗୀତାର ଫଳାଫଳ ଆସନ୍ତା ୨୭ତାରିଖରେ ପ୍ରକାଶ ପାଇବ । ଏହି ପ୍ରତିଯୋଗୀତାରେ ବିଭିନ୍ନ ଦେଶର ୨୦ଜଣ କଳାକାର ଭାଗନେଇଥିଲେ । ଗତ ରବିବାରଦିନ ଏହି ପ୍ରତିଯୋଗୀତାର କଳାକୃତିକୁ ପ୍ରଦର୍ଶନ କରାଯାଇଛି । ବିଚାରକମଣ୍ଡଳୀ ଏହି ପ୍ରତିଯୋଗୀତାର ଚାମ୍ପିଅନଙ୍କୁ ଚୟନ କରିବେ । ଭାରତରୁ କେବେଳ ସୁଦର୍ଶନ ପଟ୍ଟନାୟକ ଏହି ପ୍ରତିଯୋଗୀତାରେ ପ୍ରତିନିଧିତ୍ଵ କରୁଛନ୍ତି ।

Share in top social networks!